ବୌଦ୍ଧ : ସଂସଦରେ ଲୋକସଭା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏହାସହ ଅଧୀର ଚୌଧୁରୀଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେପି ।
ସୂଚନାନୁସାରେ ଲୋକସଭା ସାଂସଦ ମହାମହିମ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ଭଳି ଅପଶଦ୍ଦ ବ୍ୟବହାର କରିଥିଲେ । ଯାହାକୁ ତୀବ୍ର ବିରୋଧ କରିଛି ବିଜେପି । ଏନେଇ ଆଜି ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ କଂଗ୍ରେସ ବିରୋଧରେ ନାରାବାଜି ସହିତ ସାଂସଦ ଅଧୀର ଚୌଧୁରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।