ବୌଦ୍ଧ: କୋଭିଡ କାର୍ଯ୍ୟରେ ଅବହେଳା ଯୋଗୁଁ ବୀରନରସିଂହପୁର ପଞ୍ଚାୟତର ଦୁଇ କର୍ମଚାରୀଙ୍କୁ ନିଲମ୍ବିତ ଘଟଣା ଏବେ ରୋଚକ ମୋଡ ନେଇଛି । ଏପ୍ରସଙ୍ଗରେ ଇଟିଭି ଭାରତକୁ ବିସ୍ତାର ସୂଚନା ଦେଇଛନ୍ତି ସ୍ଥାନୀୟ ସରପଞ୍ଚ ।
ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାର 11 ଗୋଟି ସ୍ଥାନରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ପ୍ରବାସୀ ଶ୍ରମିକଙ୍କୁ ରଖାଯାଇଥିଲା । ଗତ ମାସରେ ବୀରନରସିଂହପୁର ପଞ୍ଚାୟତରେ କୋଭିଡ କାର୍ଯ୍ୟରେ ଅବହେଳା ଅଭିଯୋଗ କରି ତଥା ଜିଲ୍ଲାପାଳ କ୍ଷମତାର ବ୍ୟବହାର କରି ସ୍ଥାନୀୟ ସରପଞ୍ଚ ଦୁଇ ଜଣ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ।