ଓଡିଶା

odisha

ETV Bharat / state

ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନ ପାଇଁ ପ୍ରସ୍ତୁତ ବୌଦ୍ଧ ଚିତ୍ରଶିଳ୍ପୀ ସଂଘ - ବୌଦ୍ଧ ଚିତ୍ରଶିଳ୍ପୀ ସଂଘ

ବୌଦ୍ଧ ଜିଲ୍ଲା ଚିତ୍ର ଶିଳ୍ପୀ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଉଦବେଗ ପ୍ରକାଶ ସହିତ ଆନ୍ଦୋଳନ ପାଇଁ ଧମକ ଦେଇଛନ୍ତି ।କୋରୋନା ସମୟରେ କାର୍ଯ୍ୟ କରିଥିବା ଚିତ୍ର ଶିଳ୍ପୀଙ୍କୁ ସେମାନଙ୍କ ପ୍ରାପ୍ୟ ମଧ୍ୟ ମିଳିନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

boudh artist association preparation for protest
ବିଭିନ୍ନ ସମସ୍ୟା ନେଇ ବୌଦ୍ଧ ଚିତ୍ରଶିଳ୍ପୀ ସଂଘର ଆନ୍ଦୋଳନ ପାଇଁ ପ୍ରସ୍ତୁତି

By

Published : Jan 10, 2021, 8:25 PM IST

ବୌଦ୍ଧ:ଚିତ୍ରଶିଳ୍ପୀଙ୍କ ସମସ୍ୟା ନେଇ ଆନ୍ଦୋଳନ ପାଇଁ ପ୍ରସ୍ତୁତି । ବୌଦ୍ଧ ଜିଲ୍ଲା ଚିତ୍ର ଶିଳ୍ପୀ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଉଦବେଗ ପ୍ରକାଶ ସହିତ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ।

ବିଭିନ୍ନ ସମସ୍ୟା ନେଇ ବୌଦ୍ଧ ଚିତ୍ରଶିଳ୍ପୀ ସଂଘର ଆନ୍ଦୋଳନ ପାଇଁ ପ୍ରସ୍ତୁତି

କୋରୋନା ସମୟରେ ବିଶେଷ ପ୍ରଭାବିତ ହୋଇଥିବା ଚିତ୍ର ଶିଳ୍ପୀଙ୍କ ସହାୟତା ପାଇଁ ସରକାର ପ୍ରତ୍ୟେକ ସହରାଞ୍ଚଳ ରେ ଛ ମାସ ପାଇଁ କାର୍ଯ୍ୟ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିଲେ । ଏହି ଧାରାରେ ବୌଦ୍ଧ ସହରର ବିଭିନ୍ନ ସ୍ଥାନରେ କାନ୍ଥ ଓ ଅନ୍ୟ ସ୍ଥାନରେ ଚିତ୍ରିତ ପାଇଁ କିଛି ଚିତ୍ର ଶିଳ୍ପୀଙ୍କୁ କାର୍ଯ୍ୟ ଦିଆଯାଇଥିଲା । କିନ୍ତୁ ଆହୁରି ଅନେକ କଳାକାରଙ୍କୁ ଏଥିରୁ ବଞ୍ଚିତ ହେବାକୁ ପଡିଥିଲା । ଏପରିକି କାର୍ଯ୍ୟ କରିଥିବା କିଛି ଚିତ୍ର ଶିଳ୍ପୀଙ୍କୁ ସେମାନଙ୍କ ପ୍ରାପ୍ୟ ମଧ୍ୟ ମିଳିନଥିବା ଅଭିଯୋଗ ହୋଇଛି । ରବିବାର ଏନେଇ ଜିଲ୍ଲା ଚିତ୍ର ଶିଳ୍ପୀ ସଂଘ ପକ୍ଷରୁ ଏକ ବୈଠକରେ ଗଭୀର ଉଦବେଗ ପ୍ରକାଶ ପାଇଛି । ଜିଲ୍ଲାର ତିରିଶରୁ ଉର୍ଦ୍ଧ୍ବ ଚିତ୍ର ଶିଳ୍ପୀଙ୍କ ସହିତ ରାଜ୍ୟ କଳାକାର ସଂଘର ସଂପାଦକ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଯୋଜନା କରିବାକୁ ପ୍ରସ୍ତୁତି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details