ଓଡିଶା

odisha

ବିଭିନ୍ନ ସମସ୍ୟା ଘେରରେ ବୌଦ୍ଧର ଅଙ୍ଗନବାଡି କେନ୍ଦ୍ର

By

Published : Mar 1, 2021, 12:04 PM IST

ଅଙ୍ଗନବାଡି କେନ୍ଦ୍ରକୁ ନେଇ ଲାଗି ରହିଛି ସମସ୍ୟା । କେଉଁଠି ଘର ଅଭାବରୁ ଖୋଲା ଆକାଶ ତଳେ ଶିଶୁ ଅସୁରକ୍ଷିତ ଭାବେ ପାଠ ପଢୁଥିବା ବେଳେ ଅନ୍ୟ କେଉଁଠି ଘର ଥିଲେ ମଧ୍ୟ ଅଙ୍ଗନବାଡି ଦିଦିଙ୍କ ନିଯୁକ୍ତି ହେବା ନେଇ ସମସ୍ୟା ଦେଖାଦେଉଛି । ଅଧିକ ପଢନ୍ତୁ...

ବିଭିନ୍ନ ସମସ୍ୟା ଘେରରେ ବୌଦ୍ଧ ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର
ବିଭିନ୍ନ ସମସ୍ୟା ଘେରରେ ବୌଦ୍ଧ ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର

ବୌଦ୍ଧ: ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଦୀର୍ଘ ଦିନ ପରେ ସମସ୍ତ ଅଙ୍ଗନବାଡି କେନ୍ଦ୍ର ଖୋଲା ସରିଲାଣି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଖୋଲାଯାଇଛି । ତେବେ କେତେକ ନିର୍ଦ୍ଦିଷ୍ଟ ଅଙ୍ଗନବାଡି କେନ୍ଦ୍ରକୁ ନେଇ ସମସ୍ୟା ଦେଖାଦେଇଛି। କେଉଁଠି ଘର ଅଭାବରୁ କୁନି କୁନି ପିଲା ଅତ୍ୟନ୍ତ ଅସୁରକ୍ଷିତ ଅବସ୍ଥାରେ ପାଠ ପଢୁଥିବା ବେଳେ ଅନ୍ୟ କେଉଁଠି ପକ୍କା ଘର ଥିଲେ ମଧ୍ୟ ଅଙ୍ଗନବାଡି ଦିଦି ନିଯୁକ୍ତି ହୋଇ ନାହାନ୍ତି । ଫଳରେ ଉକ୍ତ ଅଞ୍ଚଳର ଶିଶୁଙ୍କ ଭାଗ୍ୟ ଓ ଭବିଷ୍ୟତ କଣ ହେବ ସେନେଇ ଉଠିଛି ପ୍ରଶ୍ନବାଚୀ ।

ବିଭିନ୍ନ ସମସ୍ୟା ଘେରରେ ବୌଦ୍ଧ ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର

ଜିଲ୍ଲାର ଉପାନ୍ତ ପଞ୍ଚାୟତ କୁଶଙ୍ଗର ସାତକୋଶିଆ ଅଭୟାରଣ୍ୟ ନିକଟରେ ରହିଛି ଅତଳସରା ଗାଁ । ଗାଁରେ ଦୀର୍ଘ ଦିନର ଦାବି ପରେ ଉପାନ୍ତ ଅଞ୍ଚଳର ଛୋଟ ଛୋଟ ପିଲାଙ୍କୁ ଶିକ୍ଷା ଓ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇ ଅତିଥି ମାନଙ୍କ ଦ୍ବାରା ଉଦଘାଟନ କରାଯାଇଛି। କିନ୍ତୁ ଉଦଘାଟନ ଦିନ ଠାରୁ କେନ୍ଦ୍ରରେ ତାଲା ଝୁଲି ରହିଛି । କାରଣ କେନ୍ଦ୍ରରେ ଅଙ୍ଗନବାଡି ଦିଦି ନିଯୁକ୍ତି ହୋଇପାରି ନାହାନ୍ତି । ଦିଦିଙ୍କ ନିଯୁକ୍ତି କୁନେଇ ବିଭିନ୍ନ ଆଶାୟୀ ପ୍ରାର୍ଥୀଙ୍କ ସମସ୍ୟା ଓ ରାଜନୈତିକ ଛକା ପଞ୍ଝା ମଧ୍ୟରେ ଶିଶୁଙ୍କ ଭାଗ୍ୟ ଅଧାରେ ଅଟକି ରହିଛି। ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ମଧ୍ୟ ଏନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ଅତଳସରା ଅଙ୍ଗନବାଡି କେନ୍ଦ୍ରରେ ଦିଦି ନିଯୁକ୍ତି ପାଇଁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details