ବୌଦ୍ଧ: ଦୁରାରୋଗ୍ୟ ଚର୍ମରୋଗରେ ଆକ୍ରାନ୍ତ ଦୁଇ ଭାଇଭଉଣୀ । ମୁହଁ ଧିରେ ଧିରେ ଶୁଖି ଶୁଖି ଯାଉଛି । ଆଉ ଅସହାୟ ପିତା ଏବେ ସରକାରୀ ସହାୟତାକୁ ଅନାଇ ବସିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବଗାଁରେ ।
ସେହି ଗ୍ରାମର ଲକ୍ଷପତି ରଣାଙ୍କ ଝିଅ ଟେଟ ଓ ପୁଅ ସୁଦାମ ଜନ୍ମର ପାଞ୍ଚ ବର୍ଷ ପରେ ଏକ ଅଜଣା ଚର୍ମରୋଗରେ ଆକ୍ରାନ୍ତ ହୋଇଥିଲେ । ବୟସ ବୃଦ୍ଧି ସାଙ୍ଗକୁ ସେମାନଙ୍କ ଚର୍ମରୋଗର ଆକାର ମଧ୍ୟ ବଢିବାକୁ ଲାଗିଲା । ଆଉ ଧିରେ ଧିରେ ମୁହଁ ବିକୃତ ହେବାକୁ ବସିଲା । ପିତା ଉଭୟଙ୍କ ଚିକିତ୍ସା ପାଇଁ ଘରେ ଯାହା ଥିଲା ସବୁକିଛି ସାରି ବିଭିନ୍ନ ଡାକ୍ତରଖାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି । ଯେତେ ଯାହା ଅର୍ଥ ଥିଲା, ତାହା ମଧ୍ୟ ସରିଗଲାଣି । ହେଲେ ରୋଗ ଭଲ ହେଉନି । ଏବେ ଦୁଇ ଭାଇଭଉଣୀଙ୍କ ଅଧିକ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ଥିବା ଯୋଗୁଁ ସେମାନଙ୍କ ଶରୀର ଦିନକୁ ଦିନ କ୍ଷୟ ହେବାରେ ଲାଗିଛି ।