ଓଡିଶା

odisha

ETV Bharat / state

ଷ୍ଟୋନ କ୍ରସର ବିବାଦର ସମାଧାନ ପାଇଁ ପ୍ରଶାସନର ପ୍ରଚେଷ୍ଟା ସଫଳ

ଷ୍ଟୋନ କ୍ରସରକୁ ନେଇ ଲାଗିରହିଥିବା ବିବାଦ ଓ ଉତ୍ତେଜନାର ସମାଧାନ ରାସ୍ତା ବାହାର କଲା ବୌଦ୍ଧ ଜିଲ୍ଲା ପ୍ରଶାସନ । ଏନେଇ କ୍ରସର ବିରୋଧରେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରୁଥିବା ଆନ୍ଦୋଳନକାରୀ ଖୁସି ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ଷ୍ଟୋନ କ୍ରସର ବିବାଦର ସମାଧାନ ପାଇଁ ପ୍ରଶାସନର ପ୍ରଚେଷ୍ଟା ସଫଳ
ଷ୍ଟୋନ କ୍ରସର ବିବାଦର ସମାଧାନ ପାଇଁ ପ୍ରଶାସନର ପ୍ରଚେଷ୍ଟା ସଫଳ

By

Published : Sep 25, 2021, 5:27 PM IST

ବୌଦ୍ଧ: ଷ୍ଟୋନ କ୍ରସର ବିରୋଧରେ ଚାଲିଥିବା ଦୀର୍ଘ ଦିନର ଆନ୍ଦୋଳନ ଶେଷରେ ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଅଞ୍ଚଳରେ ଚାରିଗୋଟି ଷ୍ଟୋନ କ୍ରସର ସ୍ଥାପନ ଯୋଗୁଁ ଅଞ୍ଚଳରେ ବ୍ୟାପକ ପରିବେଶ ପ୍ରଦୂଷଣ ସହିତ ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ରହୁଥିଲା ।

ଷ୍ଟୋନ କ୍ରସର ବିବାଦର ସମାଧାନ ପାଇଁ ପ୍ରଶାସନର ପ୍ରଚେଷ୍ଟା ସଫଳ

ତେଣୁ ଅଞ୍ଚଳବାସୀ ଦୀର୍ଘ ଦିନ ହେଲା ଏସବୁ କ୍ରସର ହଟାଇବା ପାଇଁ ଧାରଣା, ବିକ୍ଷୋଭ ଶୋଭାଯାତ୍ରା, ରାସ୍ତାରୋକ ଭଳି ବିଭିନ୍ନ ଆନ୍ଦୋଳନ ଚଳାଇ ଆସୁଥିଲେ ।

ଷ୍ଟୋନ କ୍ରସର ବିବାଦର ସମାଧାନ ପାଇଁ ପ୍ରଶାସନର ପ୍ରଚେଷ୍ଟା ସଫଳ

ତେବେ ସେଠାରେ କ୍ରସର ବିରୋଧୀ ଓ ସପକ୍ଷବାଦୀ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶେଷରେ ଆଜି ବୌଦ୍ଧ ଜିଲ୍ଲାପାଳ, ଏସପି ଦୁଇ ପକ୍ଷଙ୍କ ସମେତ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ଓ କ୍ରସର ମାଲିକଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ ।

ଷ୍ଟୋନ କ୍ରସର ବିବାଦର ସମାଧାନ ପାଇଁ ପ୍ରଶାସନର ପ୍ରଚେଷ୍ଟା ସଫଳ
ଷ୍ଟୋନ କ୍ରସର ବିବାଦର ସମାଧାନ ପାଇଁ ପ୍ରଶାସନର ପ୍ରଚେଷ୍ଟା ସଫଳ

ପ୍ରଶାସନର ନିଷ୍ପତ୍ତି କ୍ରମେ ଆସନ୍ତା ଏକମାସ ମଧ୍ୟରେ କ୍ରସର ଗୁଡିକରେ ଗଚ୍ଛିତ ପଥର ସରିବା ପରେ ଉକ୍ତ କ୍ରସର ଗୁଡିକୁ ବନ୍ଦ କରି ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ନିଷ୍ପତ୍ତିକୁ ଅଞ୍ଚଳବାସୀ ସେମାନଙ୍କ ନୈତିକ ବିଜୟ ବୋଲି ସୂଚନା ଦେବା ସହ ପ୍ରଶାସନର ପଦକ୍ଷେପକୁ ସ୍ବାଗତ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details