ବୌଦ୍ଧ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀଙ୍କ ମୃତ୍ୟୁ ଘଟିଛି । ବୌଦ୍ଧ ଜିଲ୍ଲା ଚାରିଛକ ନିକଟସ୍ଥ କରଡାକୋଠା ୫୭ ନମ୍ବର ଜାତୀୟ ରାଜପଥ ଉପରେ ସ୍ବିଫ୍ଟ କାର ଯୋଗେ ଭୁବନେଶ୍ବରରୁ ଫେରୁଥିବାବେଳେ ସକାଳ ପ୍ରାୟ 8ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ ପ୍ରଥମେ ତାଙ୍କୁ କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁର୍ଘଟଣାରେ କାରର ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଡ୍ରାଇଭରଙ୍କ ସୂଚନା ଅନୁଯାୟୀ ପ୍ରବଳ ବର୍ଷା ଯୋଗୁଁ କାର ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ସେପଟେ ଲୋକପ୍ରିୟ ପ୍ରଶାସନିକ ଅଧିକାରୀଙ୍କ ମୃତ୍ୟୁକୁ ନେଇ ଜିଲ୍ଲାରେ ଏବେ ଶୋକର ଛାୟା ଖେଳିଯାଇଛି । ଅପରାହ୍ନରେ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ସ୍ବର୍ଗତ ସେଠୀଙ୍କ ପାର୍ଥିବ ଶରୀରକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଣାଯାଇଥିଲା । ସେଠାରେ ଜିଲ୍ଲାପାଳ, ଉପଜିଲ୍ଲାପଳ, ତିନି ବ୍ଲକର ବିଡିଓ, ତହସିଲଦାରଙ୍କ ସହିତ ସମସ୍ତ ସରକାରୀ କର୍ମଚାରୀ ଶେଷ ଦର୍ଶନ କରିଛନ୍ତି ।
ଏହି ଘଟଣା ଘଟିବାର 8 ମାସ ପୂର୍ବରୁ ଭୁବନେଶ୍ବରରୁ ବୌଦ୍ଧ ଫେରୁଥିବାବେଳେ ଜିଲ୍ଲା କୃଷି ଅଧିକାରୀ ମନୋରଞ୍ଜନ ମଲ୍ଲିକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ