ବୌଦ୍ଧ: ଶୋକରେ ବୁଡିଲା ସମଗ୍ର ବ୍ଲକ କାର୍ଯ୍ୟାଳୟ । ଜଣେ ସୁଦକ୍ଷ ଅଧିକାରୀଙ୍କୁ କୋରୋନାରେ ହରାଇବା ପରେ ଆଜି(ସୋମବାର) ସମସ୍ତେ ବାକଶୂନ୍ୟ ହୋଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।
ପ୍ରାଣଘାତୀ ହେବାରେ ଲାଗିଛି କୋରୋନାର ଦ୍ବିତୀୟ ଲହରୀ । ବୌଦ୍ଧ ଜିଲ୍ଲାରେ ପ୍ରାୟ ପାଞ୍ଚ ହଜାର ଲୋକ ଆକ୍ରାନ୍ତ ହେବାକୁ ବସିଥିବା ବେଳେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡିବାରେ ଲାଗିଛି ।
ବୌଦ୍ଧ କୋଭିଡ ସେଣ୍ଟର ମଧ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାୟ ପ୍ରତ୍ୟେକ ଦିନ ମୃତ୍ୟୁ ସୂଚନା ମିଳୁଥିବା ବେଳେ ରବିବାର ସନ୍ଧ୍ୟାରେ କଣ୍ଟାମାଳ ବ୍ଲକର ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୋମବାର ପୁଣି ଥରେ ସେହି ବ୍ଲକର ଆଉ ଜଣଙ୍କ ମୃତ୍ୟୁ ଘଟିଛି ।