ଓଡିଶା

odisha

ETV Bharat / state

ବଢୁଛି ସଡ଼କ ଦୁର୍ଘଟଣା, ନୀରବ ଦ୍ରଷ୍ଟା ସାଜିଛି ରାଜପଥ ବିଭାଗ - ରାଜପଥରେ ବଢୁଛି ଦୁର୍ଘଟଣା ସଂଖ୍ୟା

ରାଜପଥରେ ଗଡୁଛି ମୁଣ୍ଡ ପରେ ମୁଣ୍ଡ । ଥମିବାରେ ନାଁ ଧରୁନି ମୃତ୍ୟୁହାର । ସେପଟେ ସଚେତନ କରିବାରେ ବିଫଳ ପ୍ରଶାସନ ।

ବଢୁଛି ସଡ଼କ ଦୁର୍ଘଟଣା

By

Published : Oct 5, 2019, 3:24 PM IST

ବୌଦ୍ଧ: ମରଣାଯନ୍ତା ପାଲଟିଛି 57ନଂ ଜାତୀୟ ରାଜପଥ । ପ୍ରତିଦିନ ଏଠାରେ ଦୁର୍ଘଟଣା ଘଟିବା ଏକ ସାଧାରଣ କଥା ପାଲଟିଛି । ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ଘଟି ଚାଲିଯାଉଛି ଅନେକ ଧନଜୀବନ। ତେବେ ଗତ ବର୍ଷକ ମଧ୍ୟରେ ଶତାଧିକଙ୍କ ପ୍ରାଣହାନୀ ହୋଇଥିବା ବେଳେ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ।

57 ନମ୍ବର ଜାତୀୟ ରାଜପଥ ବାରିଙ୍ଗି ଠାରୁ ମନମୁଣ୍ଡା ଓ ମନମୁଣ୍ଡାରୁ ଖୁଣ୍ଟିଗୋର ପର୍ଯ୍ୟନ୍ତ ଏବଂ 42 ନମ୍ବର ରାଜ୍ୟ ରାଜପଥ ସହିତ କୁଶଙ୍ଗ, ଶଗଡା, ବଘିଆପଡା ଭଳି ବିଭିନ୍ନ ସ୍ଥାନକୁ ଯୋଗାଯୋଗ କରୁଥିବା ରାସ୍ତା ବର୍ତ୍ତମାନ ବିପଦସଙ୍କୁଳ ହୋଇପଡିଛି । ବିଶେଷ ଭାବେ ପାର୍ବଣ ଋତୁ ତଥା ଭୋଜିଭାତ ସମୟରେ ଅଧିକାଂଶ ଦୁର୍ଘଟଣା ଘଟୁଥିବାର ନଜିର ରହିଛି।

ଗତ ଶୁକ୍ରବାର, ଲାଣ୍ଡିବନ୍ଧ ଛକ ନିକଟରେ ଟ୍ରକ ଧକ୍କାରେ ଝାଙ୍କର ଭୋକ୍ତାଙ୍କ (୬୫) ମୃତ୍ୟୁ ହୋଇଥିଲା ବେଳେ ସେହି ଦିନ ସନ୍ଧ୍ୟାରେ ମୁଷୃଣ୍ଢି ଛକରେ ଅନ୍ୟ ଏକ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ


ମନମୁଣ୍ଡାରେ ଦୁର୍ଘଟଣାଗ୍ରସ୍ତ ଏକ ଟ୍ରକ ଯୋଗୁଁ ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି, କିନ୍ତୁ ରାଜପଥ ବିଭାଗ ସମ୍ପୂର୍ଣ୍ଣ ନିରବ ଦ୍ରଷ୍ଟା ସାଜି ବସିଛି । ପ୍ରତ୍ୟେକ ଦିନ ରାସ୍ତା ଦୁର୍ଘଟଣାରେ ଧନ ଜୀବନହାନୀ ହେଉଥିଲେ ମଧ୍ୟ ଜାତୀୟ ରାଜପଥ ବିଭାଗ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details