ଓଡିଶା

odisha

ETV Bharat / state

ସରୁଛି ଅବଧି, ହେଲେ ସରୁନି ରାସ୍ତା ନିର୍ମାଣ କାର୍ଯ୍ୟ - Boudh 4 lane road expansion work is not yet complete

ବୌଦ୍ଧ ଜିଲ୍ଲା ସଦର ମହକୁମା ଏନଏସି ଛକ ଠାରୁ ଜାମୁଛକ ପର୍ଯ୍ୟନ୍ତ ମାତ୍ର ଏକ କିଲୋମିଟର ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ କେବେ ହେବ ସେ ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସରୁଛି ଅବଧି, ହେଲେ ସମ୍ପୂର୍ଣ୍ଣ ହେଉନି ରାସ୍ତା ନିର୍ମାଣ କାର୍ଯ୍ୟ
ସରୁଛି ଅବଧି, ହେଲେ ସମ୍ପୂର୍ଣ୍ଣ ହେଉନି ରାସ୍ତା ନିର୍ମାଣ କାର୍ଯ୍ୟ

By

Published : Jun 1, 2020, 11:22 AM IST

ବୌଦ୍ଧ: ଏକ କିଲୋମିଟର ରାସ୍ତା ନିର୍ମାଣର ଅବଧି ଏକାଧିକ ବାର ସରିଯାଉଛି । ହେଲେ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ କେବଳ ଖୋଳାପୋତାରେ ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ । ବୌଦ୍ଧ ଜିଲ୍ଲା ସଦର ମହକୁମା ଏନଏସି ଛକ ଠାରୁ ଜାମୁଛକ ପର୍ଯ୍ୟନ୍ତ ମାତ୍ର ଏକ କିଲୋମିଟର ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ କେବେ ହେବ ତାର ସେ ନେଇ ଉଠିଛି ପ୍ରଶ୍ନବାଚୀ । ଏହି ଗୁରୁତ୍ବପୂର୍ଣ୍ଣ ରାସ୍ତାକୁ ଚାରି ଲେନ ବିଶିଷ୍ଟ ନିର୍ମାଣ ନିମନ୍ତେ ଅବଧି ପରେ ଅବଧି ସରିଯାଉଛି । ହେଲେ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ ରାସ୍ତା ନିର୍ମାଣ କାର୍ଯ୍ୟ ।

ସରୁଛି ଅବଧି, ହେଲେ ସମ୍ପୂର୍ଣ୍ଣ ହେଉନି ରାସ୍ତା ନିର୍ମାଣ କାର୍ଯ୍ୟ

ରାସ୍ତା ନିର୍ମାଣ ପାଇଁ ପର୍ଯ୍ୟାପ୍ତ ଜାଗା ରହିଥିଲେ ମଧ୍ୟ ଅଙ୍କାବଙ୍କା ହୋଇ ନାଳ ନିର୍ମାଣ ସମ୍ପୂର୍ଣ୍ଣ ଭୁଲ, ପାନୀୟଜଳ ପାଇପ ବିଛା, ବିଦ୍ୟୁତ ଖୁଣ୍ଟ ପୋତା ଓ ସର୍ବୋପରି ରାସ୍ତା ମଝିରେ ହ୍ୟୁମ ପାଇପ ଯୋଗେ ସହରର ମଇଳା ପାଣିକୁ ଭୂତଳେ ନିଷ୍କାସନ ବ୍ୟବସ୍ଥାକୁ ବୌଦ୍ଧ ବାସୀ ଗ୍ରହଣ କରିପାରୁ ନାହାନ୍ତି ।

ସେପଟେ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଖୋଳାପୋତାରେ ଚାଲିଛି ଏହି ଏକ କିଲୋମିଟର ରାସ୍ତା ସଂପ୍ରସାରଣ କାର୍ଯ୍ୟ । ଏବେ ଏଭଳି ଅପନ୍ତରିଆ ତଥା ବିଳମ୍ବିତ କାର୍ଯ୍ୟ ଉପରେ ବୁଦ୍ଧିଜୀବୀ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details