ଓଡିଶା

odisha

ETV Bharat / state

ବୌଦ୍ଧ ଧର୍ମ ଓ ସ୍ଥାପତ୍ୟର ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର - ସ୍ଥାପତ୍ୟର ସୁରକ୍ଷା

ଗତ ଗୁରୁବାର ବୌଦ୍ଧ ଜିଲ୍ଲାପାଳଙ୍କୁ ବୁଦ୍ଧ ଓ ବୌଦ୍ଧ ଧର୍ମକୁ ଉପେକ୍ଷା କରାଯାଉଥିବା ଅଭିଯୋଗରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

bouddh statue
ବୌଦ୍ଧ ଧର୍ମ ଓ ସ୍ଥାପତ୍ୟର ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

By

Published : Jul 2, 2020, 10:25 AM IST

Updated : Jul 2, 2020, 1:39 PM IST

ବୌଦ୍ଧ: ବୁଦ୍ଧ ଓ ବୌଦ୍ଧ ଧର୍ମକୁ ଉପେକ୍ଷା କରାଯାଉଥିବା ଅଭିଯୋଗ ଦାବିପତ୍ର । ଗତ ଗୁରୁବାର ବୌଦ୍ଧ ଜିଲ୍ଲାପାଳଙ୍କୁ ବୁଦ୍ଧ ଓ ବୌଦ୍ଧ ଧର୍ମକୁ ଉପେକ୍ଷା କରାଯାଉଥିବା ଅଭିଯୋଗରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ବୌଦ୍ଧ ଧର୍ମ ଓ ସ୍ଥାପତ୍ୟର ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଅଯୋଧ୍ୟାର ଏକ ସ୍ଥାନରେ ପତ୍ନତାତ୍ତ୍ବିକ ଖନନ ସମୟରେ ବୌଦ୍ଧ ସ୍ଥାପତ୍ୟର ଭଗ୍ନାବଶେଷ ମିଳିଛି । ତାହାର ସୁରକ୍ଷା ତଥା ବୌଦ୍ଧ ସାହିତ୍ୟକୁ ବଞ୍ଚାଇବା ପାଇଁ ଆଗେଇ ଆସିଛି ବୁଦ୍ଧିଷ୍ଟ ଇଣ୍ଟରନ୍ୟାସନାଲ ନେଟୱର୍କ । ବୌଦ୍ଧ ଧର୍ମ ନାମରେ ସାରା ବିଶ୍ବରେ ଏକମାତ୍ର ସ୍ଥାନ ଥିବା ବୌଦ୍ଧ ଜିଲ୍ଲାର ଦଳିତ ଅଧିକାର ମଞ୍ଚ ଓ ବୁଦ୍ଧିଷ୍ଟ ନେଟୱର୍କ ମିଳିତ ଭାବେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ବୌଦ୍ଧ ଜିଲ୍ଲାରେ ମଧ୍ୟ ଅନୁରୂପ ଭାବରେ ବୌଦ୍ଧ ପର୍ଯ୍ୟଟନର ଏକ ବିରାଟ ସମ୍ଭାବନା ରହିଥିଲେ ମଧ୍ୟ ତାର ଉପଯୁକ୍ତ ବିକାଶ ହୋଇପାରି ନାହିଁ । ବୁଦ୍ଧିଷ୍ଟ ଇଣ୍ଟରନ୍ୟାସନାଲ ନେଟୱର୍କ ଏଭଳି ସ୍ଥଳୀ ଗୁଡିକର ବିକାଶ ପାଇଁ ଚେଷ୍ଟା କରୁଛି । ବୁଧବାର ସଂସ୍ଥା ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୌଦ୍ଧ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jul 2, 2020, 1:39 PM IST

ABOUT THE AUTHOR

...view details