ଓଡିଶା

odisha

By

Published : Jan 3, 2020, 11:25 PM IST

ETV Bharat / state

ମହୋତ୍ସବରେ 7 ଫୁଟର ଲାଉ, ଜମୁଛି ସେଲଫି

ବୌଦ୍ଧ ମହୋତ୍ସବରେ ଆକର୍ଷଣର କେନ୍ଦ୍ର ପାଲଟିଲା ଲାଉ ଓ କଦଳୀ । ସାଧାରଣ ଲୋକ ସେଲଫି ନେଉଥିବାବେଳେ ଖୋଦ ମନ୍ତ୍ରୀ ମଧ୍ୟ ଏପରି ଫଳକୁ ଦେଖିବାକୁ ଦୀର୍ଘ ସମୟ ଅଟକି ଯାଇଥିଲେ । ଅଧିକ ପଢନ୍ତୁ...

boudh mahotsav
ବୌଦ୍ଧ ମହୋତ୍ସବରେ ସାତଫୁଟର ଲମ୍ବା ଲାଉ, ସେଲଫି ନେଉଛନ୍ତି ଯୁବପୀଢି...

ବୌଦ୍ଧ: ବୌଦ୍ଧ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ଉଦ୍ୟାନ ବିଭାଗର ଏକ ସ୍ବତନ୍ତ୍ର ଲାଉ । ସାତ ଫୁଟରୁ ଊର୍ଦ୍ଧ୍ବ ଏହି ଲାଉ ସହିତ ବିରାଟକାୟ କଦଳୀ କାନ୍ଧି ଦେଖିବାକୁ ଖୋଦ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକିଥିଲେ ।

ବୌଦ୍ଧ ମହୋତ୍ସବରେ ସାତଫୁଟର ଲମ୍ବା ଲାଉ, ସେଲଫି ନେଉଛନ୍ତି ଯୁବପୀଢି...

ସେପଟେ ଏତେ ବିରାଟ ଫଳ ନିକଟରେ ବହୁ ସଂଖ୍ୟାରେ ଦର୍ଶକ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା । ଏଠାରେ ବୌଦ୍ଧ ମହୋତ୍ସବ ସହିତ କୃଷି ମହୋତ୍ସବ ପାଳନ ହେଉଥିବାବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚାଷୀଙ୍କ ଉତ୍ପାଦିତ ସର୍ବଶ୍ରେଷ୍ଠ ଫଳ ପନିପରିବାକୁ ପ୍ରଦର୍ଶିତ କରାଯାଇଛି ।

ଶୁକ୍ରବାର ଦିନ ବର୍ଷା ଯୋଗୁଁ ମହୋତ୍ସବକୁ ନେଇ ଆଶା ଆଶଙ୍କା ଲାଗିରହିଥିବାବେଳେ ହଠାତ ବର୍ଷା ଛାଡିଯିବା ଯୋଗୁଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details