ଓଡିଶା

odisha

ପୁଣି ଅଲୋଡା କନ୍ୟାରତ୍ନ, ଚାଷଜମିରୁ ନବଜାତର ମୃତଦେହ ଉଦ୍ଧାର

By ETV Bharat Odisha Team

Published : Aug 31, 2023, 2:19 PM IST

ରାକ୍ଷୀ ପୂର୍ଣ୍ଣିମା ଭଳି ଦିନରେ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଚାଷଜମିରୁ ଉଦ୍ଧାର ହୋଇଛି। ଏଭଳି ଘଟଣା ଘଟିବା ପରେ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି । ଅଧିକ ପଢନ୍ତୁ

new born girl child deadbody in boudh
ପୁଣି ଅଲୋଡା ହେଲା ଶିଶୁକନ୍ୟା

ପୁଣି ଅଲୋଡା ହେଲା ଶିଶୁକନ୍ୟା

ବୌଦ୍ଧ:ପୁଣି ଅଲୋଡା ହେଲା ଶିଶୁକନ୍ୟା । ରାକ୍ଷୀ ପୂର୍ଣ୍ଣିମା ଭଳି ଦିନରେ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଚାଷଜମିରେ ଫିଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ରତନପୁରରେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।


ଚାଷଜମିରେ କିଆରି ମୂଳରେ ନବଜାତ ଶିଶୁ କନ୍ୟାର ମୃତଦେହ ଫିଙ୍ଗି ଦିଆଯାଇଥିବା ଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ତେବେ କନ୍ୟା ସନ୍ତାନକୁ ନେଇ ବର୍ତ୍ତମାନ ମଧ୍ୟ ବ୍ୟାପକ ଜନସଚେତନତାର ଅଭାବରୁ ଏଭଳି ଘଟଣା ଘଟିଥିବା ଆଲୋଚନା ହେଉଛି । ବୌଦ୍ଧ ଜିଲ୍ଲାରେ କନ୍ୟାଭ୍ରୁଣ ହତ୍ୟାଠାରୁ ନେଇ କନ୍ୟା ସନ୍ତାନ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । କିନ୍ତୁ ଅନେକ ସମୟରେ ଜନସଚେତନତା ଅଭାବରୁ ଏଭଳି କନ୍ୟା ଭୃଣ ହତ୍ୟା ଓ ନବଜାତ ଶିଶୁ କନ୍ୟାର ହତ୍ୟା ଭଳି ସମ୍ବେଦନଶୀଳ ଘଟଣା ସମ୍ମୁଖକୁ ଆସୁଛି । ବର୍ତ୍ତମାନ ସମୟରେ ପୁଣି ଥରେ ଏଭଳି ଘଟଣା ଘଟିବା ପରେ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ବୁଧବାର ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମାରେ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଦେଖିଥିଲେ ଗ୍ରାମର କିଛି ମହିଳା । ଏହା ଦେଖିବା ପରେ ସେମାନେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ପୁରୁଣା କଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । କୌଣସି ଅବୈଧ ସମ୍ପର୍କ କିମ୍ବା କନ୍ୟା ସନ୍ତାନ କାରଣରୁ କେହି ଏପରି କରିଥିବା ସନ୍ଦେହ କରାଯାଉଛି । ଏଭଳି କନ୍ୟା ସନ୍ତାନର ମୃତଦେହ ଉଦ୍ଧାର ଘଟଣା ସମସ୍ତଙ୍କୁ ଚିନ୍ତିତ କରିଛି ।

ଏହା ବି ପଢନ୍ତୁ...ଅଲୋଡ଼ା ଶିଶୁକନ୍ୟା, ତାଳଦଣ୍ଡା କେନାଲରୁ ନବଜାତକର ମୃତଦେହ ଉଦ୍ଧାର


ଏନେଇ ଜିଲ୍ଲା ଏକ୍ସନ ଏଡର ସଂଯୋଜିକା ରହିଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି,"ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ସଚେତନା କାର୍ଯ୍ୟକ୍ରମ ଜାରି ରହିଛି । ଅଲୋଡା ଶିଶୁ କିମ୍ବା ପରିବାର ପାଇଁ ଆବଶ୍ୟକ ହେଉନଥିବା ଶିଶୁଙ୍କୁ ସମସ୍ତ ସୁବିଧା ସୁଯୋଗ ଦେଇ ଥଇଥାନ ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ତେଣୁ କେହି ବ୍ୟକ୍ତି ସନ୍ତାନ ଜାତ ପରେ ଯଦି ସାମାଜିକ ସ୍ବୀକୃତି ଦେଇ ପାରୁନାହାନ୍ତି କିମ୍ବା ଅନ୍ୟ କୌଣସି ଅସୁବିଧା ଅଛି ତେବେ ସେ ସନ୍ତାନକୁ ଲୋକଲୋଚନରେ ଥିବା ସ୍ଥାନରେ ରଖି ଯିବା ଆବଶ୍ୟକ । ସଂସ୍ଥା ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇ ଥଇଥାନ ଏବଂ ରକ୍ଷଣାବେକ୍ଷଣ କରାଯିବ ।"

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details