ବୌଦ୍ଧ: ରକ୍ତଦାନ ଭଳି ମହାନ ପର୍ବରେ ସାମିଲ ହେଲେ 50 ଜଣ ଆମ୍ବୁଲାନ୍ସ କର୍ମଚାରୀ । ଲୋକମାନଙ୍କୁ ମାଗଣାରେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଯୋଗାଉଥିବା ଆମ୍ବୁଲାନ୍ସ କର୍ମଚାରୀମାନେ ରକ୍ତର ଅଭାବକୁ ଦୂର କରିବାକୁ ବୌଦ୍ଧ ରକ୍ତ ଭଣ୍ଡାର ଠାରେ ରକ୍ତଦାନ କରିଛନ୍ତି ।
ଅସହାୟ ଲୋକ,ପ୍ରସୂତୀ ମହିଳା ଓ ରୋଗାକ୍ରାନ୍ତ ଶିଶୁଙ୍କୁ ବିଭିନ୍ନ ଉପାନ୍ତ ଅଞ୍ଚଳରୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ଆଣୁଥିବା କର୍ମଚାରୀମାନେ ରକ୍ତଦାନ ଭଳି ପବିତ୍ର କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇଛନ୍ତି ।ବୌଦ୍ଧ ଜିଲ୍ଲାରେ 50ରୁ ଉର୍ଦ୍ଧ୍ବ ଆମ୍ବୁଲାନ୍ସ କର୍ମଚାରୀ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ରକ୍ତଦାନ କରିଛନ୍ତି । ବିଶେଷ ଭାବରେ ଉପାନ୍ତ ଅଞ୍ଚଳର ଅସହାୟ ଲୋକଙ୍କୁ ରକ୍ତଭାବ ଭଳି ସମସ୍ୟାରୁ ଦୂର କରିବା ଲକ୍ଷ୍ୟରେ ଆମ୍ବୁଲାନ୍ସ କର୍ମଚାରୀମାନେ ରକ୍ତଦାନ କରିଛନ୍ତି ।