ଓଡିଶା

odisha

ETV Bharat / state

ସରକାରଙ୍କୁ ଘାସିରାମଙ୍କ ଗୁହାରୀ, ସହାୟତା ମିଳିଲେ ବଞ୍ଚିବେ 5 ପ୍ରାଣୀ - boudh blood cancer patients ghasiram inproblem

ବୌଦ୍ଧ ଜିଲ୍ଲା ମୁଣ୍ଡାପଡା ପଞ୍ଚାୟତ କମିରା ଗ୍ରାମର ଘାଷିରାମ ମହାକୁଳ ବ୍ଲଡ କ୍ୟାନସରରେ ପିଡୀତ ହୋଇଥିବା ବେଳେ ଏହି ରୋଗରୁ  ମୁକ୍ତି ପାଇଁ ଦିନ ଗଣୁଛନ୍ତି   ।

blood cancer patients ghasiram inproblem
ଅସହାୟ ଅବସ୍ଥାରେ କ୍ୟାନସରରେ ପିଡୀତ ଘାସିରାମ

By

Published : Jan 20, 2020, 11:33 PM IST

ବୌଦ୍ଧ: ଅଜଣା ରୋଗରୁ ମୁକ୍ତି ପାଇଁ ଦିନ ଗଣୁଛି ରୋଗୀ । ବୌଦ୍ଧ ଜିଲ୍ଲା ମୁଣ୍ଡାପଡା ପଞ୍ଚାୟତ କମିରା ଗ୍ରାମର ଘାଷିରାମ ମହାକୁଳ ଏକ ଅଜଣା ରୋଗରେ ପିଡିତ ହୋଇଥିବା ବେଳେ ଏହି ରୋଗରୁ ମୁକ୍ତି ପାଇଁ ଦିନ ଗଣୁଛନ୍ତି ।

ଅସହାୟ ଅବସ୍ଥାରେ କ୍ୟାନସରରେ ପିଡୀତ ଘାସିରାମ

ତିନୋଟି ଝିଅ ଓ ପତ୍ନୀଙ୍କୁ ନେଇ ଘାଷିରାମଙ୍କ ପରିବାର । ସେ ନିଜେ ଦିନ ମଜୁରିଆ ହୋଇଥିଲେ ମଧ୍ୟ ସବୁକିଛି ଖୁସିବାସୀରେ ଚଳାଇ ନେଉଥିଲେ । କିନ୍ତୁ ହଠାତ ଦୁଇ ମାସ ତଳେ ଘାଷିରାମ ଏକ ଅଜଣା ରୋଗରେ ଆକ୍ରାନ୍ତ ହେଲେ । ଧୀରେ ଧୀରେ ହାତ ଓ ଗୋଡର ଆଙ୍ଗୁଠି ସବୁ ଶୁଖିବା ଆରମ୍ଭ ହୋଇଥିଲା । ଆଉ ଡାକ୍ତର କହୁଛନ୍ତି ଏହା ବ୍ଲଡ କ୍ୟାନସର ।

ଏବେ ତିନି ତିନି ଥର କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିଲେଣି । ଦିନ ମଜୁରିଆ ଘାଷିରାମଙ୍କ ଯାହା ଅର୍ଥ ବଳ ଥିଲା ସବୁକିଛି ଇତି ମଧ୍ୟରେ ସରି ସାରିଲାଣି । ଫଳରେ ଏବେ ସରକାରୀ ସହାୟତା ଏକମାତ୍ର ଭରସା । ଏପଟେ ପରିବାରର ଏକମାତ୍ର ରୋଜଗାରକ୍ଷମ ମଣିଷ ଖଟରେ ପଡି ରହିବା ଯୋଗୁଁ ପାଞ୍ଚ ପ୍ରାଣୀ କୁଟୁମ୍ବ ଭୋକ ଉପାସରେ ଆଉଟୁ ପାଉଟୁ ହୋଇ ପଡୋଶୀଙ୍କ ଦୟାରେ ଦିନ କାଟୁଛନ୍ତି ।

ସୋମବାର ପରିବାର ସହ ଘାସିରାମ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ସରକାରୀ ସହାୟତା ଯୋଗାଇ ଦେବାକୁ ଗୁହାରୀ କରିଛନ୍ତି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ରେଡକ୍ରସ ଫଣ୍ଡରୁ କଟକ ଡାକ୍ତରଖାନାକୁ ଯାତାୟତ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details