ଓଡିଶା

odisha

ETV Bharat / state

ସୁନାହଣ୍ଡା ପାଇଁ ତନ୍ତ୍ରମନ୍ତ୍ର, ଅଭିଯୁକ୍ତଙ୍କୁ ପୋଲିସରେ ଜିମା ଦେଲେ ଗ୍ରାମବାସୀ - ଅଭିଯୁକ୍ତଙ୍କୁ ପୋଲିସରେ ଜିମା ଦେଲେ ଗ୍ରାମବାସୀ

ଅନ୍ଧବିଶ୍ବାସର ଅନ୍ଧଗଳିରେ ଏବେବି ମଣିଷ । ସୁନାହଣ୍ଡା ପାଇବା ଆଶାରେ ମଧ୍ୟରାତ୍ରିରେ ଚାଲିଥିଲା ତନ୍ତ୍ରମନ୍ତ୍ର । ହେଲେ ଗ୍ରାମବାସୀ ସେମାନଙ୍କୁ କାବୁ କରି ପୋଲିସରେ ଜିମା ଦେଇଛନ୍ତି । ଅଧିକ ପଢନ୍ତୁ...

ସୁନାହଣ୍ଡା ପାଇଁ ତନ୍ତ୍ରମନ୍ତ୍ର, ଅଭିଯୁକ୍ତଙ୍କୁ ପୋଲିସରେ ଜିମା ଦେଲେ ଗ୍ରାମବାସୀ
ସୁନାହଣ୍ଡା ପାଇଁ ତନ୍ତ୍ରମନ୍ତ୍ର, ଅଭିଯୁକ୍ତଙ୍କୁ ପୋଲିସରେ ଜିମା ଦେଲେ ଗ୍ରାମବାସୀ

By

Published : Jun 20, 2020, 4:56 PM IST

Updated : Jun 20, 2020, 5:09 PM IST

ବୌଦ୍ଧ: ଅନ୍ଧବିଶ୍ବାସର ଅନ୍ଧଗଳିରେ ଏବେବି ମଣିଷ । ସୁନାହଣ୍ଡା ପାଇବା ଆଶାରେ ମଧ୍ୟରାତ୍ରିରେ ଚାଲିଥିଲା ତନ୍ତ୍ରମନ୍ତ୍ର । ହେଲେ ଗ୍ରାମବାସୀ ସେମାନଙ୍କୁ କାବୁ କରି ପୋଲିସରେ ଜିମା ଦେଇଛନ୍ତି ।

ସୁନାହଣ୍ଡା ପାଇଁ ତନ୍ତ୍ରମନ୍ତ୍ର, ଅଭିଯୁକ୍ତଙ୍କୁ ପୋଲିସରେ ଜିମା ଦେଲେ ଗ୍ରାମବାସୀ

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ କରଞ୍ଜକଟା ଗ୍ରାମରେ ଗତ ଦୁଇ ଦିନ ପୂର୍ବରୁ ସୁନା ହଣ୍ଡା ମିଳିବା ଆଶାରେ ଗାଁର ଗୋଟିଏ ପରିବାର ସହିତ ଗଞ୍ଜାମ, କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାର କିଛି ଲୋକ ମିଶି ମଧ୍ୟ ରାତ୍ରିରେ ଗୁପ୍ତ ପୂଜା ଆରମ୍ଭ କରି ମାଟି ଖୋଳୁଥିଲେ । ଏହି ସମୟରେ କେତେକ ଗ୍ରାମବାସୀ ପହଞ୍ଚି ଯିବାରୁ ସମ୍ପୃକ୍ତ ମାଟି ଖୋଳୁଥିବା ଲୋକେ ମାରଣାସ୍ତ୍ର ଦେଖାଇବାରୁ ସନ୍ଦେହ ଆହୁରି ଘନୀଭୂତ ହୋଇଥିଲା । ଶେଷରେ ଗ୍ରାମବାସୀ ସେମାନଙ୍କୁ କାବୁ କରି ପୁରୁଣା କଟକ ପୋଲିସରେ ଜିମା ଦେଇଥିଲେ । ତେବେ ଘଟଣାର ଅନୁସନ୍ଧାନ କରି ଏକ ଡକାୟତି ପାଇଁ ଯୋଜନା ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାରେ ଜଣେ ସୁରକ୍ଷା ବିଭାଗର କର୍ମଚାରୀ ଓ ଜଣେ ମହିଳା ସମେତ ଦଶ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବୌଦ୍ଧ ଏସପି ଭି ରଘୁନାଥ ରାଓ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jun 20, 2020, 5:09 PM IST

ABOUT THE AUTHOR

...view details