ଓଡିଶା

odisha

ETV Bharat / state

ଦିବ୍ୟାଙ୍ଗ କଳାକାରଙ୍କ ଜଗନ୍ନାଥ ସଂସ୍କୃତି ପ୍ରଚାର - ଦିବ୍ୟାଙ୍ଗ କଳାକାରଙ୍କ ଜଗନ୍ନାଥ ସଂସ୍କୃତି ପ୍ରଚାର ନ୍ୟୁଜ

ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସହିତ ପରିବେଶକୁ ସୁସ୍ଥ ଓ ସ୍ବଚ୍ଛ ରଖିବା ପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଦିବ୍ୟାଙ୍ଗ କଳାକାର।

Blind artists spread Jagannath culture
ଜଗନ୍ନାଥ ସଂସ୍କୃତି ପ୍ରଚାର

By

Published : Feb 23, 2020, 3:42 AM IST

ବୌଦ୍ଧ: ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସହିତ ପରିବେଶକୁ ସୁସ୍ଥ ଓ ସ୍ବଚ୍ଛ ରଖିବା ପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଦିବ୍ୟାଙ୍ଗ କଳାକାର। ଜଣେ କିମ୍ବା ଦୁଇ ଜଣ ନୁହେଁ, ଦଶରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗ କଳାକାର ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ ଅଣ୍ଟା ଭିଡିଛନ୍ତି ।

ବିଭିନ୍ନ ସ୍ଥାନରେ ପହଞ୍ଚି କଳାକାରମାନେ ନିଜ ସୁମଧୁର କଣ୍ଠରେ ନିମାଇଁ ହରିଚନ୍ଦନଙ୍କଠାରୁ ଆରମ୍ଭ କରି ଓଡ଼ିଶାର ଅନ୍ୟ ଖ୍ୟାତନାମା କଳାକାରଙ୍କ ଅବିକଳ ସ୍ବରରେ ଭଜନ ପରିବେଷଣ କରୁଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ନବରଙ୍ଗପୁର ଜିଲ୍ଲାର ଏହି କଳାକାରମାନେ ବୌଦ୍ଧରେ ପହଞ୍ଚି ସଂଗୀତ ପରିବେଷଣ କରିଥିଲେ । ଏଥିସହିତ ସ୍ବଚ୍ଛତା ନେଇ ମଧ୍ୟ ସଚେତନତା ବାର୍ତ୍ତା ଦେଇଥିଲେ । ଫଳରେ ଏହି କଳାକାରଙ୍କ କାର୍ଯ୍ୟକୁ ବୌଦ୍ଧର ବିଭିନ୍ନ ବର୍ଗର ଜନସାଧାରଣ ବେଶ ପ୍ରଶଂସା କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details