ବୌଦ୍ଧ: ବିଜେପି ଯୁବ କର୍ମୀ ଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ସେହିପରି ଜଣେ ବିଦ୍ୟୁତ ବିଭାଗର ଯୁବ କର୍ମଚାରୀଙ୍କ ସହକର୍ମୀଙ୍କ ଅବହେଳାରୁ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଭାରତୀୟ ଜନତା ପାର୍ଟିର ଜଣେ ଯୁବ କର୍ମୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ସିଆଲଝୁଲି ଗ୍ରାମର ଯୁବ ବିଜେପି କର୍ମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଶୁକ୍ରବାର ଆମ୍ବଗାଁ ନିକଟସ୍ଥ ଲଣ୍ଡାବାହାଲ ନାଳ ନିକଟରୁ ଉଦ୍ଧାର ହୋଇଛି । କଣ୍ଟାମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।