ଓଡିଶା

odisha

ETV Bharat / state

Voting Counting: ବୌଦ୍ଧର ବିଜେଡି ଗଡରେ ଫୁଟିଲା ପଦ୍ମ - ବିଜେଡି ଗଡରେ ଫୁଟିଲା ପଦ୍ମ

ବୌଦ୍ଧ ଜିଲ୍ଲାର ବିଜେଡି ଗଡରେ ଫୁଟିଲା ପଦ୍ମ । ପଞ୍ଚାୟତ ନିର୍ବାଚନ ଦ୍ବିତୀୟ ପର୍ଯ୍ୟାୟର ଭୋଟ ଗଣନା ପରେ ଏହି ଫଳାଫଳ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Voting Counting: ବୌଦ୍ଧ ଜିଲ୍ଲାର ବିଜେଡି ଗଡରେ ଫୁଟିଲା ପଦ୍ମ
Voting Counting: ବୌଦ୍ଧ ଜିଲ୍ଲାର ବିଜେଡି ଗଡରେ ଫୁଟିଲା ପଦ୍ମ

By

Published : Feb 28, 2022, 1:27 PM IST

ବୌଦ୍ଧ:ଜିଲ୍ଲାର ବିଜେଡି ଗଡରେ ଫୁଟିଲା ପଦ୍ମ । ବିଜେଡିକୁ ମାତ ଦେଇ ସିଟ ହାତେଇଲା ବିଜେପି । ପଞ୍ଚାୟତ ନିର୍ବାଚନ ଦ୍ବିତୀୟ ପର୍ଯ୍ୟାୟର ଭୋଟ ଗଣନା ପରେ ଏହି ଫଳାଫଳ ପ୍ରକାଶ ପାଇଛି ।

Voting Counting: ବୌଦ୍ଧ ଜିଲ୍ଲାର ବିଜେଡି ଗଡରେ ଫୁଟିଲା ପଦ୍ମ

୯ ଗୋଟି ଜୋନକୁ ନେଇ ଗଠିତ ବୌଦ୍ଧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୬ଟି ଜୋନର ଫଳାଫଳ ପ୍ରକାଶ ପାଇଛି । ତେବେ ଚଳିତ ଥର ବିଜେଡି ଗଡ ଭିତରେ ଧସେଇ ପଶିଛି ବିଜେପି । ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୪ନମ୍ବର ଜୋନ ଓ ୨ନମ୍ବର ଜୋନରେ ବିଜେପି ବାଜିମାତ କରିଛି ।

ସୂଚନାଅନୁଯାୟୀ, କଣ୍ଟାମାଳ ବ୍ଲକ ୨ନମ୍ବର ଜୋନରେ ବିଜେପି ଓ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ବିଜେପିର ପଦ୍ମାଳୟା ପ୍ରଧାନ ମାତ୍ର ୧୩୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ତେବେ ବୌଦ୍ଧ ବ୍ଲକର ୫ନମ୍ବର ଜୋନ ଓ ହରଭଙ୍ଗା ବ୍ଲକର ୮ନମ୍ବର ଜୋନରେ ପୂର୍ବ ଭଳି ବିଜେଡି ବାଜିମାତ କରିଛି ।

ଏହା ମଧ୍ୟ ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଜେପି ଉଡାଇଲା ବିଜୟର ବାନା

ତେବେ ଆଜି ଜିଲ୍ଲାର ୩ ନମ୍ବର, ୬ ନମ୍ବର, ୯ ନମ୍ବର ଜୋନରେ ଭୋଟ ଗଣତି ଆରମ୍ଭ ହୋଇସାରି ଥିବା ବେଳେ ସମସ୍ତଙ୍କ ନଜର ୬ନମ୍ବର ଜୋନ ଉପରେ ରହିଛି । କେଉଁ ଦଳ କେତେ ଆସନ ଅକ୍ତିଆର କରୁଛି ତାହା ଭୋଟ ଗଣତି ଫଳାଫଳ ପରେ ହିଁ ଜଣାପଡ଼ିବ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details