ବୌଦ୍ଧ: ସାଧାରଣ ନିର୍ବାଚନ 2024କୁ ନେଇ ସରଗରମ ହେଲାଣି ରାଜନୀତି । ଓଡ଼ିଶାରୁ ଶଙ୍ଖ ହଟାଇ ପଦ୍ମ ଫୁଟାଇବାକୁ ପ୍ରୟାସ ଆରମ୍ଭ କଲାଣି ବିଜେପି । ଏହାରି ମଧ୍ୟରେ ବିଧାନସଭା ନିର୍ବାଚନରେ ତିନି ରାଜ୍ୟର ବିଜେପି କ୍ଷମତାକୁ ଆସିଥିବା ବେଳେ ଓଡିଶାରେ ଦଳର ମନୋବଳ ଆହୁରି ଦୃଢ଼ ହୋଇଛି । ତେବେ ଓଡିଶାରେ ମଧ୍ୟ ସରକାର ଗଢ଼ିବାକୁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି । ଏନେଇ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଓ କର୍ମୀଙ୍କୁ ନିର୍ବାଚନ ପୂର୍ବରୁ ଗୁରୁ ମନ୍ତ୍ର ଦେଇଛନ୍ତି ।
ତେବେ ଗତକାଲି(ମଙ୍ଗଳବାର) ଅପରାହ୍ନରେ ମନମୋହନ ସାମଲ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଦଳୀୟ ନେତା ଓ କର୍ମୀଙ୍କ ସହିତ ଆଲୋଚନା କରିବା ସହିତ ଦଳୀୟ ରଣନୀତି ଉପରେ ବିଶଦ ଆଲୋଚନା କରିଥିଲେ । ସେହିପରି ସନ୍ଧ୍ୟାରେ ରାଜ୍ୟ ବିଜେପି ସଭାପତି ବୌଦ୍ଧ ଟାଉନ ହଲଠାରେ ବିଜେପି ଦଳର ନେତୃବୃନ୍ଦଙ୍କ ଉପସ୍ଥିତିରେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଗୁରୁମନ୍ତ୍ର ଦେଇଥିଲେ । ପ୍ରଥମେ ମନମୋହନ ସାମଲ ବୌଦ୍ଧର ରଘୁନାଥ ମନ୍ଦିର ଠାରେ ପହଞ୍ଚି ଠାକୁର ଦର୍ଶନ କରିଥିଲେ । ଏହାପରେ ବିଜେପି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଦଳୀୟ ରଣନୀତି ନିର୍ଦ୍ଧାରଣ କାର୍ଯ୍ୟକ୍ରମରେ ସାମଲ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍ କରିଥିଲେ ।
ଏହା ମଧ୍ୟ ପଢନ୍ତୁ- ବିଜେଡି ହାତରେ ନାହିଁ ମହିଳା ଭୋଟବ୍ୟାଙ୍କ, ରାଜ୍ୟରେ ସରକାର ଗଢ଼ିବ ବିଜେପି: ମନମୋହନ ସାମଲ