ବୌଦ୍ଧ: କେନ୍ଦ୍ରାପଡାରେ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାର କର୍ମକର୍ତ୍ତାଙ୍କ ଉପରେ ଶାସକ ଦଳର ଆକ୍ରମଣ ପ୍ରତିବାଦରେ ବୌଦ୍ଧ BJPର ହାଏଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି । ଆଜି ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ବରେ BJP ଅନୁସୂଚିତ ମୋର୍ଚ୍ଚାର କର୍ମକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ରାପଡା ପ୍ରସଙ୍ଗକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ତେବେ ବିକ୍ଷୋଭ ପ୍ରଦର୍ଶନର ଦୀର୍ଘ ସମୟ ପରେ ମଧ୍ୟ ଦାବିପତ୍ର ଗ୍ରହଣ ପାଇଁ ଜିଲ୍ଲାପାଳ ନ ଆସିବାରୁ ସେଠାରେ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସହ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।
ଅନୁସୂଚିତ ଜାତି ମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ଶାସକ ଦଳର ଆକ୍ରମଣ ଘଟଣା BJPର ବିକ୍ଷୋଭ - boudha district news
କେନ୍ଦ୍ରାପଡାରେ BJPର ଅନୁସୂଚିତ ମୋର୍ଚ୍ଚାର କର୍ମକର୍ତ୍ତାଙ୍କ ଉପରେ ଶାସକ ଦଳର ଆକ୍ରମଣ ପ୍ରତିବାଦରେ ବୌଦ୍ଧ ଜିଲ୍ଲା BJPର ବିକ୍ଷୋଭ ପ୍ରଦର୍ଶନ । ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାବେଳେ ଜିଲ୍ଲା ମୁଖ୍ୟାଳୟରେ ଉତ୍ତେଜନା । ଅଧିକ ପଢନ୍ତୁ...

ଅନୁସୂଚିତ ମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ଶାସକ ଦଳର ଆକ୍ରମଣ ପ୍ରସଙ୍ଗରେ BJPର ବିକ୍ଷୋଭ
ଅନୁସୂଚିତ ମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ଶାସକ ଦଳର ଆକ୍ରମଣ ପ୍ରସଙ୍ଗରେ BJPର ବିକ୍ଷୋଭ
ପରିସ୍ଥିତି ଏପରି ହେଲା ଯେ ଆନ୍ଦୋଳନକାରୀମାନେ କଲେକ୍ଟରିଏଟର ମୁଖ୍ୟ ଫାଟକ ବନ୍ଦ କରି ଦୀର୍ଘ ସମୟ ଧରି ନାରାବାଜି କରିଥିଲେ । ଶେଷରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବିକ୍ଷୋଭସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ଦାବିପତ୍ର ଗ୍ରହଣ କରିବା ପରେ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା । ଅନୁସୂଚିତ ମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ମାଡ ଘଟଣାରେ BJP ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ