ଓଡିଶା

odisha

ETV Bharat / state

ପରୀ ହତ୍ୟା: ସିବିଆଇ ତଦନ୍ତ ଦାବିରେ ରାଜରାସ୍ତାରେ ବିଜେପି - padayatraon paree murder

ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବୌଦ୍ଧରେ ବିଜେପିର ପଦଯାତ୍ରା । ଅଧିକ ପଢନ୍ତୁ...

ପରୀ ହତ୍ୟା: ସିବିଆଇ ତଦନ୍ତ ଦାବିରେ ରାଜରାସ୍ତାରେ ବିଜେପି
ପରୀ ହତ୍ୟା: ସିବିଆଇ ତଦନ୍ତ ଦାବିରେ ରାଜରାସ୍ତାରେ ବିଜେପି

By

Published : Dec 20, 2020, 9:53 PM IST

ବୌଦ୍ଧ: ନୟାଗଡ଼ର କୁନି ଝିଅ ପରୀ ହତ୍ୟାକାଣ୍ଡର ତାତି ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି । ଆଜି(ରବିବାର) ସାରା ରାଜ୍ୟରେ ବିଜେପି ଏହି ପ୍ରସଙ୍ଗ ନେଇ ରାଜରାସ୍ତାକୁ ଓହ୍ଲାଇଛି । ପରୀ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ବିଜେପି ଆଜି ରାସ୍ତାକୁ ଓହ୍ଲାଇଛି ।

ପରୀ ହତ୍ୟା: ସିବିଆଇ ତଦନ୍ତ ଦାବିରେ ରାଜରାସ୍ତାରେ ବିଜେପି

ହରଭଙ୍ଗା ବ୍ଲକ ଲାଣ୍ଡିବନ୍ଧ ଠାରୁ ବୀରନରସିଂହପୁର ଯାଏଁ ଦଳ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ବରେ ବିଜେପି ବିଧାୟକ ପାର୍ଥୀ ସୁଶାନ୍ତ କୁମାର ପ୍ରଧାନ, ମନୋରଞ୍ଜନ ଦାସ, ସୂର୍ଯ୍ୟ ନାରାୟଣ ମହାପାତ୍ର, ଓମ ପ୍ରକାଶ ମିଶ୍ର, ନାରାୟଣ କର୍ମୀ, ମାଗୁଣି, ଗାଇଗୌରିଆ, ସୌମିତ୍ରୀ ନାଏକ, ଯୁଗଳ ସାହୁ, ନମିତା ଦାସ, ରବି ନାରାୟଣ ପ୍ରଧାନ ଓ ସଂଗ୍ରାମ ବେହେରା ପ୍ରମୁଖ ଯୋଗଦେଇ ପଦଯାତ୍ରାରେ ସାମିଲ ହୋଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details