ଓଡିଶା

odisha

By

Published : May 19, 2020, 6:27 PM IST

ETV Bharat / state

ବାହାର ରାଜ୍ୟରେ ଫସିଥିବା ପ୍ରବାସୀଙ୍କୁ ଫେରାଇ ଆଣିବାକୁ ବିଜେପିର ସ୍ମାରକପତ୍ର

କୋରୋନା ଲକଡାଉନ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ବୌଦ୍ଧ ଜିଲ୍ଲାର ପ୍ରାୟ 7 ହଜାର ଶ୍ରମିକ ଫସି ରହିଛନ୍ତି । ଚତୁର୍ଥ ପର୍ଯ୍ୟାୟ ଲକଡାଉନ ନିୟମ କୋହଳ ହେବା ପରେ ମଙ୍ଗଳବାର ସୁଦ୍ଧା ବୌଦ୍ଧ ଜିଲ୍ଲାକୁ 934 ଜଣ ପ୍ରବାସୀ ଶ୍ରମିକ ଫେରିଛନ୍ତି । ହେଲେ ଏବେ ବି ବିଭିନ୍ନ ରାଜ୍ୟରେ ଫସି ରହିଥିବା 6 ହଜାରରୁ ଅଧିକ ପ୍ରବାସୀଙ୍କୁ ଫେରାଇ ଆଣିବାକୁ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

BJP memorandum
ବାହାର ରାଜ୍ୟରେ ଫସିଥିବା ପ୍ରବାସୀଙ୍କୁ ଫେରାଇ ଆଣିବାକୁ ବିଜେପିର ସ୍ମାରକପତ୍ର

ବୌଦ୍ଧ: କୋରୋନା ଲକଡାଉନ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ବୌଦ୍ଧ ଜିଲ୍ଲାର ପ୍ରାୟ 7 ହଜାର ଶ୍ରମିକ ଫସି ରହିଛନ୍ତି । ଚତୁର୍ଥ ପର୍ଯ୍ୟାୟ ଲକଡାଉନ ନିୟମ କୋହଳ ହେବା ପରେ ମଙ୍ଗଳବାର ସୁଦ୍ଧା ବୌଦ୍ଧ ଜିଲ୍ଲାକୁ 934 ଜଣ ପ୍ରବାସୀ ଶ୍ରମିକ ଫେରି ବିଭିନ୍ନ ପଞ୍ଚାୟତ କ୍ବାରେନଣ୍ଟାଇନ ସେଣ୍ଟରରେ ରହୁଛନ୍ତି । ହେଲେ ଏବେ ବି ବିଭିନ୍ନ ରାଜ୍ୟରେ 6 ହଜାରରୁ ଅଧିକ ପ୍ରବାସୀ ଫସି ରହିଛନ୍ତି । ସେମାନଙ୍କୁ ଫେରାଇ ଆଣିବାକୁ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ବାହାର ରାଜ୍ୟରେ ଫସିଥିବା ପ୍ରବାସୀଙ୍କୁ ଫେରାଇ ଆଣିବାକୁ ବିଜେପିର ସ୍ମାରକପତ୍ର

ପ୍ରକାଶ ଥାଉ କି ଜିଲ୍ଲାର 28 ଗୋଟି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ଥିବା 762 ଜଣ ପ୍ରବାସୀଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ ହୋଇ 496 ଜଣଙ୍କ ରିପୋର୍ଟ ହସ୍ତଗତ ହୋଇଛି । ଯେଉଁଥିରୁ 491 ଜଣଙ୍କ ରିପୋର୍ଟ ନେଗେଟିଭ ଥିବା ବେଳେ 5 ଜଣଙ୍କ ପଜିଟିଭ ରିପୋର୍ଟ ବାହାରିଛି । ବାକି 266 ଜଣଙ୍କ ରିପୋର୍ଟ ଆସିବାକୁ ଅପେକ୍ଷା ରହିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details