ଓଡିଶା

odisha

By

Published : Sep 9, 2020, 8:17 AM IST

ETV Bharat / state

ଅନୁଭବଙ୍କ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

ଅନୁଭବଙ୍କ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ । ବୌଦ୍ଧରେ ସାଂସଦଙ୍କ ବିରୋଧରେ ନାରାବାଜି ସହ ପୋଡିଲେ ଫଟୋଚିତ୍ର । ଅଧିକ ପଢନ୍ତୁ....

bjp mahila morcha protest against mp anubhav mohanty
ଅନୁଭବଙ୍କ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

ବୌଦ୍ଧ:ସାଂସଦ ଅନୁଭବ ମହାନ୍ତିଙ୍କ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ସାଂସଦଙ୍କ ଫୋଟ ଚିତ୍ରପୋଡି ସହିତ ଦଳରୁ ବହିଷ୍କାର ପାଇଁ ଦାବି କରିଛି । ବୌଦ୍ଧ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଛକ ଠାରେ ସାଂସଦଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ନାରାବାଜି କରାଯାଇଥିଲା ।

ଅନୁଭବଙ୍କ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

ନବୀନ ସରକାରରେ ନାରୀକୁ ସମ୍ମାନ କେବଳ ଏକ ପ୍ରହସନ ବୋଲି ଅଭିଯୋଗ କରିବା ସହ ସାଂସଦଙ୍କ ଫୋଟ ଚିତ୍ରକୁ ମହିଳା ମୋର୍ଚ୍ଚା ପକ୍ଷରୁ ପୋଡା ଯାଇଥିଲା । ଅଭିନେତ୍ରୀ ବର୍ଷା ବର୍ତ୍ତମାନ ଅସୁରକ୍ଷିତ ରହିଥିବା ବେଳେ ତୁରନ୍ତ ଅନୁଭବଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଯୋରଦାର କରାଯିବ ଚେତାବନୀ ଦିଆଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details