ବୌଦ୍ଧ: ଦୁଇ ଦିନିଆ ବୌଦ୍ଧ ଗସ୍ତରେ ଥିବା ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ଼. ଲେଖାଶ୍ରୀ ସାମନ୍ତ ସିଂହାର ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କୁ ଭେଟି ଆଲୋଚନା କରିଥିଲେ । ତେବେ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ସମ୍ପାଦିକା ସ୍ଥାନୀୟ ବିଧାୟକଙ୍କୁ କଡା ସମାଲୋଚନା କରିଥିଲେ । ବୌଦ୍ଧ ଜିଲ୍ଲାର ଜଳସେଚନ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଶୀତଳ ଭଣ୍ଡାର, ରେଳପଥ, ଆରଡିସି ସ୍ଥାନାନ୍ତର ଭଳି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଲେଖାଶ୍ରୀଙ୍କ ପ୍ରେସମିଟ - ବୌଦ୍ଧରେ ଲେଖାଶ୍ରୀ
ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତ ସିଂହାର । ଏହି ଗସ୍ତ ଅବସରରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ସିଧାସଳଖ ସ୍ଥାନୀୟ ବିଧାୟକଙ୍କୁ କଡା ସମାଲୋଚନା କରିଛନ୍ତି । ଅଧିକ ପଢନ୍ତୁ...
ବୌଦ୍ଧ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଲେଖାଶ୍ରୀଙ୍କ ପ୍ରେସମିଟ
ଜିଲ୍ଲାରେ ଗୋଟିଏ ମଧ୍ୟ ସରକାରୀ କଲେଜ ନଥିବା ଅତ୍ୟନ୍ତ ଦୁଃଖଦାୟକ ହୋଇଥିବା ବେଳେ ଜିଲ୍ଲାର ଜଳସେଚନ ମାତ୍ର ବାଇଶ ପ୍ରତିଶତ ହୋଇଥିବାରୁ ଚଳିତ ବର୍ଷ ମରୁଡି ଆଶଙ୍କା ବୃଦ୍ଧି ପାଇଛି । ରାଜ୍ୟ ବିଜେପି ସମ୍ପାଦିକା ଜିଲ୍ଲାର ବିଭିନ୍ନ ପ୍ରସଙ୍ଗକୁ ନେଇ ବୌଦ୍ଧ ବିଧାୟକଙ୍କୁ ସିଧାସଳଖ ସମାଲୋଚନା କରିଥିବା ବେଳେ ଜାଗା ମିଶନରେ ବୌଦ୍ଧ ପୌରାଞ୍ଚଳରେ ସ୍ଥାନୀୟ ଲୋକଙ୍କୁ ଭୂମି ଦିଆନଯାଇ ରାଜ୍ୟ ବାହାରର ଲୋକଙ୍କୁ ଜାଗା ଯୋଗାଇ ଦେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ