ଓଡିଶା

odisha

ETV Bharat / state

ସିଏଏକୁ ନେଇ ବୌଦ୍ଧ ବିଜେପିର ସାମ୍ବାଦିକ ସମ୍ମିଳନୀ - ସିଏଏ ପ୍ରସଙ୍ଗ: ବୌଦ୍ଧ ବିଜେପିର ସାମ୍ବାଦିକ ସମ୍ମିଳନୀ

ନାଗରିକ ସଂଶୋଧନ ଆଇନକୁ ନେଇ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ କରିଛି ବିଜେପି । ଏନେଇ ଦଳ ପକ୍ଷରୁ ବୌଦ୍ଧ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି ।

boudh
ସିଏଏ ପ୍ରସଙ୍ଗ: ବୌଦ୍ଧ ବିଜେପିର ସାମ୍ବାଦିକ ସମ୍ମିଳନୀ

By

Published : Jan 5, 2020, 4:14 AM IST

ବୌଦ୍ଧ: ନାଗରିକ ସଂଶୋଧନ ଆଇନକୁ ନେଇ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ କରିଛି ବିଜେପି । ଏନେଇ ବୌଦ୍ଧ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ଐର ଖାରବେଳ ସ୍ବାଇଁ ଯୋଗଦେବା ସହ ନାଗରିକ ସଂଶୋଧନ ଆଇନ ବିଷୟରେ ଆଲୋଚନା କରିଛନ୍ତି ।

ସିଏଏ ପ୍ରସଙ୍ଗ: ବୌଦ୍ଧ ବିଜେପିର ସାମ୍ବାଦିକ ସମ୍ମିଳନୀ

ସାମ୍ବାଦିକ ସମ୍ମିଳନୀରେ ଖାରବେଳ କହିଛନ୍ତି, ଭାରତୀୟ ମୁସଲମାନ ମାନେ ଏହି ଆଇନ ଦ୍ବାରା ଭୟଭୀତ ହେବାର କୌଣସି କାରଣ ନାହିଁ । କେବଳ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ପରିସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରୁଥିବା ସେ ଅଭିଯୋଗ କରିଛନ୍ତି । ନାଗରିକ ସଂଶୋଧନ ଆଇନର ବିଭିନ୍ନ ଦିଗ ଓ ଭାରତୀୟ ଧର୍ମନିରପେକ୍ଷତାର ଇତିହାସ ସମ୍ପର୍କରେ ବିସ୍ତୃତ ଭାବରେ ଖାରବେଳ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସହ କହ୍ନାଇ ଚରଣ ଡାଙ୍ଗ, ସୁଶାନ୍ତ କୁମାର ପ୍ରଧାନ ଓ ଜିଲ୍ଲାର ବହୁ ବିଜେପି ନେତା ଯୋଗ ଦେଇଥିଲେ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details