ଓଡିଶା

odisha

ETV Bharat / state

ବୌଦ୍ଧର ବିଭିନ୍ନ ଅଞ୍ଚଳରେ ହୋଇପାରୁନି ଜଳ ସେଚନ, ପ୍ରତିବାଦ କଲା ବିଜେପି କୃଷକ ମୋର୍ଚ୍ଚା - ଜିଲ୍ଲା କୃଷକ ମୋର୍ଚ୍ଚା

ବୌଦ୍ଧ ଜିଲ୍ଲାରେ ଜଳସେଚନକୁ ନେଇ ଅବ୍ୟବସ୍ଥା ଲାଗି ରହିଛି । ଏନେଇ ଗତକାଲି ଏହାର ପ୍ରତିବାଦରେ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହିତ ଏନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

bjp krushak morcha protest
bjp krushak morcha protest

By ETV Bharat Odisha Team

Published : Aug 30, 2023, 12:24 PM IST

bjp krushak morcha protest

ବୌଦ୍ଧ:କୃଷି ପ୍ରଧାନ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପହଞ୍ଚି ପାରୁନାହିଁ ଜଳସେଚନର ସୁବିଧା । ଫଳରେ ବର୍ତ୍ତମାନ ଅନେକ ଅଞ୍ଚଳକୁ ଜଳସେଚନ ଅଭାବରୁ ଗଜାମରୁଡି ଆଶଙ୍କା ସୃଷ୍ଟି ହୋଇଛି । ଗତକାଲି ଏନେଇ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଜିଲ୍ଲାରେ ବିପର୍ଯ୍ୟସ୍ତ ଜଳସେଚନ ବ୍ୟବସ୍ଥା । ଅନେକ ତଳିଆ ମୁଣ୍ଡରେ ଚାଷ କାର୍ଯ୍ୟ ପାଇଁ ପାଣି ପହଞ୍ଚି ପାରୁ ନ ଥିବାରୁ ସେସବୁ ଅଞ୍ଚଳରେ ମରୁଡି ଆଶଙ୍କା ସୃଷ୍ଟି ହେଉଛି । ବୌଦ୍ଧ ଜିଲ୍ଲାର ଦୁଇ ପ୍ରମୁଖ ସେଚନ ପ୍ରକଳ୍ପ ବାଘନଦୀ ଓ ସାଲୁଙ୍କୀ ନଦୀ ପ୍ରକଳ୍ପ ଛାଡ଼ିଦେଲେ ଅନ୍ୟ କୌଣସି ସେଚନ ପ୍ରକଳ୍ପ ନାହିଁ । ଫଳରେ ବର୍ଷ ବର୍ଷ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇ ଆସୁଛି । ଜିଲ୍ଲାର ଉଭୟ ଜଳସେଚନ ବିଭାଗ ଓ କ୍ଷୁଦ୍ର ଜଳସେଚନ ବିଭାଗର ଅପାରଗତା ଯୋଗୁଁ କେନାଲର ତଳ ମୁଣ୍ଡକୁ ଆଜି ପର୍ଯ୍ୟନ୍ତ ଜଳସେଚନ ହୋଇ ପାରିନାହିଁ । ତେବେ କୃଷି ପ୍ରଧାନ ଜିଲ୍ଲା ଭାବରେ ପରିଚିତ ବୌଦ୍ଧ ଜିଲ୍ଲାରେ ଜଳସେଚନକୁ ନେଇ ବାରମ୍ବାର ସମସ୍ୟା ରହିଆସିଛି । କିନ୍ତୁ ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତା କାରଣରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳସେଚନର ସୁଫଳ ମିଳିପାରୁ ନାହିଁ ।

ଏହା ମଧ୍ୟ ପଢନ୍ତୁ- କୃଷକଙ୍କ ହକ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବିଜେପି କୃଷକ ମୋର୍ଚ୍ଚା

ଏନେଇ ଅନ୍ୟପଟେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବାଗବର ଗ୍ରାମରେ ପ୍ରାୟ ୮୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସେଚ ପ୍ରକଳ୍ପ କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ବାଗବର ଗ୍ରାମବାସୀ । ଜିଲ୍ଲାର ଜଳସେଚନ ବିଭାଗର ଦୁର୍ନୀତି ତଥା ଅନିୟମିତତାକୁ ନେଇ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜଳସେଚନ ବିଭାଗର ଉଦାସୀନତା ତଥା ଅପାରଗତା କାରଣରୁ ଏଭଳି ଅବ୍ୟବସ୍ଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ଉପୁଜିଥିବା ଅଭିଯୋଗ କରାଯିବା ସହିତ ଏହାର ସିବିଆଇ ତଦନ୍ତ ଦାବି କରିଛି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା । ସେହିପରି ଜିଲ୍ଲାର ଗୁରୁଜୀମୁଣ୍ଢା ଠାରେ ଦୀର୍ଘ ବର୍ଷ ହେଲା ଏକ ସେଚ ପ୍ରକଳ୍ପ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଏନେଇ ପ୍ରଶାସନ କିମ୍ବା ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details