ବୌଦ୍ଧ: ସାରା ରାଜ୍ୟରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଧାନମଣ୍ଡି ସମସ୍ୟା ଓ ଚାଷୀଙ୍କ ବହୁବିଧ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କ ଗାଡି ଆଗରେ ଆନ୍ଦୋଳନକାରୀମାନେ ଶୋଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲାର ପ୍ରାୟ ଷାଠିଏ ଧାନକ୍ରୟ କେନ୍ଦ୍ର ମଧ୍ୟରୁ ଅନେକ ଧାନମଣ୍ଡିରେ ବେପାରୀ ଓ ଦଲାଲଙ୍କ କବ୍ଜାରେ ରହୁଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ହେଲେ ଏପର୍ଯ୍ୟନ୍ତ ତା’ର କୌଣସି ସମାଧାନ ହୋଇପାରୁନି ।
ଧାନମଣ୍ଡି ସମସ୍ୟାକୁ ନେଇ ବିଜେପି କୃଷକ ମୋର୍ଚ୍ଚାର ଗଣଧାରଣା - bjp farmer wing protest
ସାରା ରାଜ୍ୟରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଧାନମଣ୍ଡି ସମସ୍ୟା ଓ ଚାଷୀଙ୍କ ବହୁବିଧ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କ ଗାଡି ଆଗରେ ଆନ୍ଦୋଳନକାରୀମାନେ ଶୋଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଧିକ ପଢନ୍ତୁ...

ଧାନମଣ୍ଡି ସମସ୍ୟା କୁନେଇ ବିଜେପି କୃଷକ ମୋର୍ଚ୍ଚାର ଗଣଧାରଣା
ଧାନମଣ୍ଡି ସମସ୍ୟା କୁନେଇ ବିଜେପି କୃଷକ ମୋର୍ଚ୍ଚାର ଗଣଧାରଣା
ପ୍ରାୟ ସମସ୍ତ ଜିଲ୍ଲାରେ ଗଣଧାରଣା ଅପରାହ୍ନ ପରେ ପରେ ପ୍ରତ୍ୟାହାର କରାଯାଇଥିବାବେଳେ ବୌଦ୍ଧ ଜିଲ୍ଲାରେ କିନ୍ତୁ ଏହି ଧାରଣା ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଚାଲିଥିଲା । ଚାଷୀ ନେତା ଓ କର୍ମୀ କୌଣସି ଅଘଟଣ ଘଟାଇବା ପୂର୍ବରୁ ଶେଷରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ହସ୍ତକ୍ଷେପ କରି ଧାନକ୍ରୟ କମିଟିର ଉପସ୍ଥିତିରେ ସମସ୍ତ ନେତା ଓ ଚାଷୀକର୍ମୀଙ୍କ ସହ ଆଲୋଚନା କରିଥିଲେ । ତେବେ ସମସ୍ତ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବାପରେ ସମସ୍ତେ ଧାରଣାରୁ ହଟିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ