ବୌଦ୍ଧ:ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାର ଜିଲ୍ଲାକୁ ବୈମାତୃକ ମନୋଭାବ ପୋଷଣ କରୁଥିବା ନେଇ ଉଦବେଗ ପ୍ରକାଶ ।ଏଥିସହିତ ଜିଲ୍ଲାରେ ଧାନକ୍ରୟ, ପ୍ରଧାନମନ୍ତ୍ରୀ ଆବାସ, ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, ପାନୀୟଜଳ ଭଳି ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଟାର୍ଗେଟ କରାଯାଇଥିଲା ।
ବୌଦ୍ଧ ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ - ବୌଦ୍ଧ ବିଜେପିର କାର୍ଯ୍ୟକାରିଣୀ ବୈଠକ ଖବର
ବୌଦ୍ଧ ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ । ଜିଲ୍ଲାରେ ଧାନକ୍ରୟ, ପ୍ରଧାନମନ୍ତ୍ରୀ ଆବାସ, ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, ପାନୀୟଜଳ ଭଳି ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ସମାଲୋଚନା କରାଯାଇଛି । ଅଧିକ ପଢନ୍ତୁ...

ଜିଲ୍ଲା ବିଜେପିର ନୂତନ ଟିମ ସହିତ ପ୍ରଥମ କାର୍ଯ୍ୟ କାରୀଣୀ ବୈଠକ ଅନୁଷ୍ଠିତ । ବୌଦ୍ଧଜିଲ୍ଲା ବିଜେପି ସଭାପତି ଙ୍କ ଆବାହକତ୍ବରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପ୍ରଭାରୀ ରାମଚନ୍ଦ୍ର ମେହେର ଙ୍କ ସହିତ ଜିଲ୍ଲାର ଅନେକ ବିଜେପିର ତୁଙ୍ଗ ନେତା ଯୋଗ ଦେଇଥିଲେ ।ଏହି ଅବସରରେ ବୌଦ୍ଧ ଜିଲ୍ଲାରେ ଧାନର ଅଭାବୀ ବିକ୍ରି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି, ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, ଆଇନଶୃଙ୍ଖଳା ଭଳି ବିଭିନ୍ନ ପ୍ରସଙ୍ଗରେ ଚିଠା ପ୍ରସ୍ତାବ ଗୃହୀତ ହୋଇଥିଲା ।ଜିଲ୍ଲାର ବିଭିନ୍ନ କାର୍ଯ୍ୟ ରେ ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କୁ ଗଭୀର ନିନ୍ଦା କରାଯାଇଥିଲା ।ଏହି ଅବସରରେ ଜିଲ୍ଲା ବିଜେପି ର ନୂତନ ଚୟନ ହୋଇଥିବା କର୍ମକର୍ତ୍ତାଙ୍କୁ ସ୍ବାଗତ କରାଯାଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ