ଓଡିଶା

odisha

ବୌଦ୍ଧରେ ଆବାସ ଯୋଜନାରେ ଦୁର୍ନୀତି ! ତଦନ୍ତ ଦାବି କଲା ବିଜେପି

By ETV Bharat Odisha Team

Published : Oct 18, 2023, 10:48 AM IST

Updated : Oct 18, 2023, 2:12 PM IST

ବୌଦ୍ଧରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିଛି । ଏହାର ତଦନ୍ତ କରାଯିବା ସହ ଯୋଗ୍ୟ ହିତାଧିକାରୀକୁ ଯୋଜନାରେ ସାମିଲ କରିବାକୁ ଦାବି କରିଛି ବିଜେପି । ଅଧିକ ପଢ଼ନ୍ତୁ

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ, ତଦନ୍ତ ଦାବି କଲା ବିଜେପି
ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ, ତଦନ୍ତ ଦାବି କଲା ବିଜେପି

ବୌଦ୍ଧରେ ଆବାସ ଯୋଜନାରେ ଦୁର୍ନୀତି ! ତଦନ୍ତ ଦାବି କଲା ବିଜେପି

ବୌଦ୍ଧ:ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଉପଯୁକ୍ତ ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି ।

ବୌଦ୍ଧର ବିଭିନ୍ନ ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ହୋଇଥିବା ଆବାସ ଯୋଜନାକୁ ଅଯୋଗ୍ୟ ହିତାଧୀକାରୀ ହାତେଇଥିବା ବେଳେ ବର୍ତ୍ତମାନ ମଧ୍ୟ ଶହ ଶହ ଗରିବ ଅସହାୟ ହିତାଧିକାରୀ ଏହି କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ଥିବା କୁହାଯାଉଛି । ଏନେଇ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇ ଏହାର ତଦନ୍ତ ପାଇଁ ଦାବି କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ଆସୁନି ଆବାସ ଯୋଜନା ସହାୟତା ରାଶି, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ହିତାଧିକାରୀ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଅସହାୟ ହିତାଧିକାରୀଙ୍କୁ ପକ୍କାଘର ପ୍ରଦାନ ପାଇଁ ବ୍ୟବସ୍ଥା ରହିଥିଲେ ବୌଦ୍ଧ ଜିଲ୍ଲାର ୬୯ ପଞ୍ଚାୟତ ମଧ୍ୟରୁ ଅଧିକାଂଶ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁରରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ଆମ୍ବଗା ଠାରୁ ନେଇ ତଳଗାଁ ପଞ୍ଚାୟତ ପର୍ଯ୍ୟନ୍ତ ଅଧିକାଂଶ ପଞ୍ଚାୟତରେ ଏହି କଲ୍ୟାଣକାରୀ ଯୋଜନାକୁ ଅଯୋଗ୍ୟ ହିତାଧିକାରୀ ମାନେ ହାତେଇଛନ୍ତି ଓ ଗରିବମାନେ ପାଲ ଟାଣି ଭଙ୍ଗା ଦଦରା ଘରେ ରହିଥିବା ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ..PM Awas Yojan: ନାଁ ଆସିଛି ହେଲେ ଖାତାକୁ ଆସିନି ଟଙ୍କା, ଦୁର୍ଦ୍ଦିନରେ ଦିନ କାଟୁଛି ପରିବାର

ସେପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିର ତଦନ୍ତ କରାଯାଇ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଦାବି କରିଛି ବିଜେପି । ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଜିଲ୍ଲା ବିଜେପି ସଭାପତି । ଅନ୍ୟପଟେ ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ ଖୁବଶୀଘ୍ର କୌଣସି ପଦକ୍ଷେପ ଗ୍ରହଣ ନ କରାଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଜିଲ୍ଲା ବିଜେପି ସଭାପତି କହିଛନ୍ତି ।

ସେପଟେ ମଙ୍ଗଳବାର ଦିନ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିଲେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ । ଜିଲ୍ଲାର ସଦର ମହକୁମା ଟାଉନ ହଲଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ତାଙ୍କ ସହିତ ରାଜ୍ୟ ତଥା ଜିଲ୍ଲାର ବହୁ ବରିଷ୍ଠ ବିଜେପି ନେତା ଓ କର୍ମୀମାନେ ମଧ୍ୟ ସାମିଲ ହୋଇଥିଲେ ।


ଇଟିଭି ଭାରତ, ବୌଦ୍ଧ

Last Updated : Oct 18, 2023, 2:12 PM IST

ABOUT THE AUTHOR

...view details