ବୌଦ୍ଧ:ଜିଲ୍ଲାର ତିନୋଟି ବ୍ଲକର ଉପାଧ୍ୟକ୍ଷ(Vice Chairman) ପଦ ମଧ୍ୟରୁ ଦୁଇଟି ବ୍ଲକ ବିଜେଡି ହାତରୁ ଖସିଯାଇଛି । ହରଭଙ୍ଗା ବ୍ଲକରେ ଚେୟାରମ୍ୟାନଙ୍କ ସ୍ବାମୀ ବରିଷ୍ଠ ବିଜେପି ନେତା ସରୋଜ କୁମାର ପ୍ରଧାନ ଉପଧ୍ୟାକ୍ଷ(Vice Chairman) ହୋଇଛନ୍ତି । ସେହିପରି ବୌଦ୍ଧ ବ୍ଲକରେ ସ୍ବାଧୀନ ପ୍ରାର୍ଥୀ ପାନେଶ୍ବରୀ ଦେହୁରୀ ଓ କଣ୍ଟାମାଳ ବ୍ଲକରେ ବିଜେଡି ପ୍ରାର୍ଥୀ ମହେନ୍ଦ୍ର ରଣା ବିଜୟୀ ହୋଇ ଉପଧ୍ୟାକ୍ଷ ପଦବୀ ହାତେଇଛନ୍ତି । ଆଜି ବୌଦ୍ଧରେ ପୌର ନିର୍ବାଚନ ଥିବାବେଳେ ଜିଲ୍ଲାର ଦୁଇଟି ବ୍ଲକ ଶାସକ ବିଜେଡି ହାତରୁ ଖସିଯିବା ନେଇ ସାଧାରଣରେ ନାନା କଳ୍ପନା ଜଳ୍ପନା ଜାରି ରହିଛି ।
ପୌର ନିର୍ବାଚନ ପୂର୍ବରୁ ଦୁଇଟି ବ୍ଲକରେ ଶାସକ ଦଳର ପରାଜୟ - ବୌଦ୍ଧ ପୌର ନିର୍ବାଚନ
ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଉପାଧ୍ୟକ୍ଷ(Vice Chairman) ପଦ ମଧ୍ୟରୁ ଦୁଇଟି ବ୍ଲକରେ ବିଜେଡିର ପରାଜୟ । ଅଧିକ ପଢନ୍ତୁ
ବୌଦ୍ଧରେ ପଡିବ ପୌର ଭୋଟ, ନିର୍ବାଚନ ଦୁଇଟି ବ୍ଲକରେ ଶାସକ ଦଳର ପରାଜୟ
ବୌଦ୍ଧରେ ପଡିବ ପୌର ଭୋଟ, ନିର୍ବାଚନ ଦୁଇଟି ବ୍ଲକରେ ଶାସକ ଦଳର ପରାଜୟ
ପୌର ନିର୍ବାଚନ ପାଇଁ ଆଜି ବୌଦ୍ଧ ସହରର ସମସ୍ତ ୧୭ ଗୋଟି ୱାର୍ଡ ଚଳଚଞ୍ଚଳ ରହିଛି । ହେଲେ ମତଦାନ ପୂର୍ବରୁ ଭୋଟ ପାଇଁ ଶାସକ ଦଳର ନୋଟ ବଣ୍ଟା ସମସ୍ତଙ୍କ ଆଖି ଖୋସି ଦେଇଛି । ବିଜେଡି ଦଳର ନେତାମାନେ ଭୋଟରଙ୍କ ପ୍ରଭାବିତ କରିବା ପାଇଁ ଘର ଘର ବୁଲି ଦିନ ଓ ରାତି ତମାମ ଟଙ୍କା ବାଣ୍ଟୁଥିବାର ଘଟଣା ସାମ୍ନାକୁ ଆସିଛି । ସେପଟେ ପୋଲିସ କେବଳ ଔପଚାରିକତା ଦୃଷ୍ଟିରୁ କେତେକ ଛକରେ ଗାଡି ଚେକିଂ କରୁଥିବାର ସାଧାରଣରେ କୁହାଯାଇଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ