ଓଡିଶା

odisha

ETV Bharat / state

ବିପଦରେ ବିଜୁ ସେତୁ ଓ ସଂଯୋଗକାରୀ ଆରଡି ରାସ୍ତା - ସଂଯୋଗକାରୀ ଆରଡି ରାସ୍ତା

ବୌଦ୍ଧ ଜିଲ୍ଲା ବଢିଗାଁ ପଞ୍ଚାୟତର ଓଲଣ୍ଡା ଠାରୁ ସାଲୁଙ୍କୀ ନଦୀର ଅପର ପାର୍ଶ୍ବରେ ଥିବା ପାଞ୍ଚଟି ପଞ୍ଚାୟତକୁ ଯୋଗାଯୋଗ ନିମନ୍ତେ ଅତ୍ୟନ୍ତ ଜରୁରୀ ଥିବା ବ୍ରିଜ ଗତ ପ୍ରାୟ ଦେଢବର୍ଷ ତଳେ ବିଜୁ ସେତୁ ଯୋଜନାରେ ନିର୍ମାଣ କରାଯାଇଥିଲା । ମାତ୍ର ଏବେ ସୁଦ୍ଧା ଯୋଗାଯୋଗର ସୁବିଧା ପାଇନାହାଁନ୍ତି ଗ୍ରାମବାସୀ ।

ଫଟୋ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

By

Published : Aug 20, 2019, 10:56 AM IST

ବୌଦ୍ଧ: ଯୋଗାଯୋଗର ସୁବ୍ୟବସ୍ଥା ପ୍ରତିଶ୍ରୁତି ଦେଇ ତିନି ତିନି ଜଣ ଜିଲ୍ଲାପାଳ ବଦଳି ହୋଇ ସାରିଲେଣି । ହେଲେ ବଦଳି ପାରୁନି ଓଲଣ୍ଡାବାସୀଙ୍କ ଯାତାୟତର ଦୁଃଖ । ଏଭଳି କିଛି କାହାଣୀ ବୟାନ କରୁଛି ଓଲଣ୍ଡା ଗ୍ରାମରେ ଲାଗିଥିବା ପ୍ରତିଶ୍ରୁତି ଫଳକରୁ ।

ବିପଦରେ ବିଜୁ ସେତୁ ଓ ସଂଯୋଗକାରୀ ଆରଡି ରାସ୍ତା

ବୌଦ୍ଧ ଜିଲ୍ଲା ବଢିଗାଁ ପଞ୍ଚାୟତର ଓଲଣ୍ଡା ଠାରୁ ସାଲୁଙ୍କୀ ନଦୀର ଅପର ପାର୍ଶ୍ବରେ ଥିବା ପାଞ୍ଚଟି ପଞ୍ଚାୟତକୁ ଯୋଗାଯୋଗ ନିମନ୍ତେ ଅତ୍ୟନ୍ତ ଜରୁରୀ ଥିବା ବ୍ରିଜ ଗତ ପ୍ରାୟ ଦେଢବର୍ଷ ତଳେ ବିଜୁ ସେତୁ ଯୋଜନାରେ ନିର୍ମାଣ କରାଯାଇଥିଲା । ଏହାର ଉଦଘାଟନ ମଧ୍ୟ ହେଲା ।

କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପୋଲର ଦୁଇ ପାର୍ଶ୍ଵରେ ଏବେ ମାଟି ଧୋଇଯାଇ ଖାଇ ଯିବାକୁ ବସିଲାଣି । ଫଳରେ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି । ଏପଟେ ଏହି ବ୍ରିଜକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ।

ଫଳରେ ରୋଗୀସେବା, ଛାତ୍ରଛାତ୍ରୀ ଓ ଜରୁରୀ ସେବା ଅଧିକାଂଶ ସମୟରେ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details