ଓଡିଶା

odisha

By

Published : Mar 5, 2021, 7:17 PM IST

ETV Bharat / state

ପ୍ରବାଦ ପୁରୁଷଙ୍କୁ ସ୍ମରଣ କଲେ ବୌଦ୍ଧବାସୀ

ଜିଲ୍ଲାକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ବିଜୁ ପଟ୍ଟନାୟକଙ୍କୁ ଶୁକ୍ରବାର ଜନ୍ମ ଜୟନ୍ତୀରେ ସ୍ମରଣ କଲା ସମଗ୍ର ବୌଦ୍ଧ ଜିଲ୍ଲା । ଅଧିକ ପଢନ୍ତୁ...

ପ୍ରବାଦ ପୁରୁଷଙ୍କୁ ସ୍ମରଣ କଲେ ବୌଦ୍ଧବାସୀ
ପ୍ରବାଦ ପୁରୁଷଙ୍କୁ ସ୍ମରଣ କଲେ ବୌଦ୍ଧବାସୀ

ବୌଦ୍ଧ: ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ସ୍ମରଣ କଲେ ଜିଲ୍ଲାବାସୀ । ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀ ସହିତ ପ୍ରଶାସନିକ ସ୍ତରରେ ମଧ୍ୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଇଛି ।

ପ୍ରବାଦ ପୁରୁଷଙ୍କୁ ସ୍ମରଣ କଲେ ବୌଦ୍ଧବାସୀ

ଜିଲ୍ଲାକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ବିଜୁ ପଟ୍ଟନାୟକଙ୍କୁ ଶୁକ୍ରବାର ଜନ୍ମ ଜୟନ୍ତୀରେ ସ୍ମରଣ କଲା ସମଗ୍ର ଜିଲ୍ଲା । ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ଶୁକ୍ରବାର ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ସ୍ମରଣ କରାଯାଇଛି ।

ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକ ସହିତ ଡିଆରଡିଏ ଠାରେ ଏହି ମହାନ ଜନନାୟକଙ୍କ ସ୍ମୃତିରେ ଆୟୋଜିତ ପଞ୍ଚାୟତିରାଜ ଦିବସକୁ ପାଳନ କରାଯାଇଥିଲା । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସମେତ ନିର୍ବାଚିତ ଜନପ୍ରତିନିଧି, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ପିଡି ବବିତା ଦଳବେହେରା, ଉପଜିଲ୍ଲାପାଳ ଅଶ୍ବିନୀ ମେହେର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୃର ସେଠୀ ପ୍ରମୁଖ ଯୋଗ ଦେଇ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା ରେ ବିଜୁବାବୁଙ୍କ ଅବଦାନ କୁ ସ୍ମରଣ କରାଯାଇଥିଲା ।

ତେବେ ଜିଲ୍ଲାର ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଆଜି ପର୍ଯ୍ୟନ୍ତ ଷ୍ଟାଣ୍ଡିଂ କମିଟିର ବୈଠକ ଅନୁଷ୍ଠିତ ହୋଇନଥିବାରୁ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ଶୁକ୍ରବାର ଏହି ଅବସରରେ ଦୀର୍ଘ ଦିନରୁ ବାଦ ବିବାଦ ଘେରରେ ଥିବା ହରଭଙ୍ଗା ବ୍ଲକ ରାଧାନଗର ପଞ୍ଚାୟତ କାର୍ଯ୍ୟାଳୟକୁ ବୌଦ୍ଧ ବିଧାୟକ ଉଦଘାଟନ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details