ଓଡିଶା

odisha

ETV Bharat / state

ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ, ସ୍ମୃତିଚାରଣ କଲେ ଜିଲ୍ଲାବାସୀ

ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 26ତମ ତିରୋଧାନ ଦିବସ ପାଳିଛନ୍ତି ବୌଦ୍ଧ ଜିଲ୍ଲାବାସୀ । ଜଙ୍ଗଲ ମନ୍ତ୍ରୀ ବିଜୁବାବୁଙ୍କ ସ୍ମୃତି ଚାରଣ କରିଛନ୍ତି । ଅଧିକ ପଢନ୍ତୁ

biju pattnaiks death anniversary observed in boudh
biju pattnaiks death anniversary observed in boudh

By

Published : Apr 17, 2023, 2:32 PM IST

ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ

ବୌଦ୍ଧ:ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତିରୋଧାନ ଦିବସ । ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ସ୍ମରଣ କଲା ସାରା ଜିଲ୍ଲା । ସୂଚନା ଲୋକ ସମ୍ପର୍କ ତଥା ଜଙ୍ଗଲ ମନ୍ତ୍ରୀ ବିଜୁବାବୁଙ୍କ ସ୍ମୃତି ଚାରଣ କରିବା ସହିତ ମହାନଦୀରେ ତିଳ ତର୍ପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଝଡର ଇଗଲ ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ସ୍ମରଣ କଲା ସାରା ଜିଲ୍ଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ମହାନ ଜନ ନାୟକଙ୍କୁ ସ୍ମରଣ କରାଯିବା ସହିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଜି ବିଜୁବାବୁଙ୍କ ପବିତ୍ର ଶ୍ରାଦ୍ଧ ଦିବସରେ ମହାନଦୀରେ ତିଳ ତର୍ପଣ କାର୍ଯ୍ୟକ୍ରମ ସହିତ ଜିଲ୍ଲା ସଦର ମହକୁମାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Jharsuguda By Poll: ନିର୍ବାଚନ ପରିଚାଳନା କମିଟି ଘୋଷଣା କଲେ ବିଜେପି ସଭାପତି, ଜୁଏଲ ଏବଂ ସୁରେଶଙ୍କୁ ଗୁରୁ ଦାୟିତ୍ବ


ବୌଦ୍ଧ ଉପଖଣ୍ଡକୁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରିଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୟାନନ୍ଦ ପଟ୍ଟନାୟକଙ୍କ 26ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁବାବୁଙ୍କୁ ସ୍ମରଣ କରାଯାଇଥିଲା । ଚନ୍ଦ୍ରଚୂଡ ମନ୍ଦିର ନିକଟସ୍ଥ ଚିରଘାଟରେ ବିଜେଡି ଦଳ ପକ୍ଷରୁ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରାଯାଇଥିଲା ।ଏହାଛଡା ମହାନଦୀ ସେତୁ ଛକ ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିଲା କଳାହାଣ୍ଡି ବିଜେଡି, ନୂଆ ଓଡିଶା ଗଠନ ପାଇଁ ନେଲେ ଶପଥ

ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ବାତ୍ୟା ଆଶ୍ରୟ ସ୍ଥଳୀରେ ଏକ ସ୍ମୃତି ସଭାର ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଅବସରରେ କେତେକ କୃତି ଛାତ୍ରଛାତ୍ରୀ ଓ ବିଜୁବାବୁଙ୍କ ସହ କାମ କରିଥିବା ବିଜେଡି କର୍ମୀଙ୍କୁ ସମ୍ମାନିତ କରାଯାଇଥିଲା । ବିଜୁବାବୁଙ୍କ ବୌଦ୍ଧ ଜିଲ୍ଲା ସହିତ ନିବିଡ ସମ୍ପର୍କ ରହିଥିଲା । ବୌଦ୍ଧଠାରୁ ହିଁ ଏକଦା ବିଜୁବାବୁ ପଶ୍ଚିମ ଓଡ଼ିଶାରେ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହା ଛଡା ବାଘନଦୀ କୂଳରେ ବାଉଁଶୁଣୀର ଡାକ ବଙ୍ଗଳା ଥିଲା ବିଜୁବାବୁଙ୍କ ପ୍ରିୟ ଡାକ ବଙ୍ଗଳା ।ଯାହା ବର୍ତ୍ତମାନ ଧ୍ବଂସ ସ୍ତୁପରେ ପରିଣତ ହେବାକୁ ଯାଉଛି । ତେବେ ଏହି ମହାନ ଜନନାୟକଙ୍କ ବୌଦ୍ଧ ସ୍ଥିତ ପ୍ରତିମୂର୍ତ୍ତିରେ ସଂଧ୍ୟା ହେଲେ ଅନ୍ଧକାର ରାଜୁତି କରୁଥିବାରୁ ବିଜୁ ପ୍ରେମୀଙ୍କ ମଧ୍ୟରେ ଗଭୀର ଦୁଃଖ ପ୍ରକାଶ ପାଇଛି ।


ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details