ବୌଦ୍ଧ:ଦିନ ଥିଲା ନଦୀନାଳ ଘେରା ଅଞ୍ଚଳକୁ କୌଣସି ପ୍ରଶାସନିକ ଅଧିକାରୀ ଆସିପାରୁନଥିଲେ କି ସରକାରଙ୍କ ଯୋଜନା ଠିକରେ ପହଞ୍ଚି ପାରୁନଥିଲା । ତେଣୁ ବଣ ଜଙ୍ଗଲ ଘେରା ସାତଟି ଆଦିବାସୀ ଅଧ୍ୟୁଷିତ ଗ୍ରାମ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହୁଥିଲା । ତେବେ ଗତ ମାସରେ ଏହି ଅଞ୍ଚଳକୁ ସଂଯୋଗ ପାଇଁ ନିର୍ମାଣ ହୋଇଛି ବିଜୁସେତୁ ।
ବୌଦ୍ଧ ଜିଲ୍ଲାର ଉପାନ୍ତ ଶଗଡା ପଞ୍ଚାୟତ ଅନ୍ତର୍ଗତ ବାଘନଦୀ, କେରାଣ୍ଡିନାଳ ସମେତ ଆଉ ତିନି ଗୋଟି ପାହାଡି ଝରଣାର ଅପର ପାର୍ଶ୍ଵରେ ରହିଛି ସିଗାଡି, ମାଳତୀ ଗୋଛାପଡା, ବାତେପଙ୍ଗା,ବାଡେପଙ୍ଗା,ଚୁହୁରାକୋଣ,କୁଆକୁମୁଣ୍ଡା ଓ ମେନକାସାହି ଭଳି ସାତ ଗୋଟି ଆଦିବାସୀ ଅଧ୍ୟୁଷିତ ଗ୍ରାମ । ତେବେ ପାଞ୍ଚଟି ନଦୀ ନାଳ ପାରି ହୋଇ ସରକାରଙ୍କ କଲ୍ୟାଣକାରୀ ଏସବୁ ଅଞ୍ଚଳରେ ପହଞ୍ଚି ପାରୁ ନଥିବା ନେଇ ଇଟିଭି ଭାରତରେ ବାରମ୍ବାର ଖବର ପ୍ରସାରିତ ମଧ୍ୟ ହୋଇଥିଲା । ଶେଷରେ ଦେଶ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ଏହି ଅଞ୍ଚଳକୁ ଯୋଗାଯୋଗ ପାଇଁ ସରକାର ବାଘନଦୀ ଉପରେ ଏକ ସୁଉଚ୍ଚ ସେତୁ ନିର୍ମାଣ କରିଛନ୍ତି ।