ଓଡିଶା

odisha

ETV Bharat / state

ବୌଦ୍ଧ ଜିଲ୍ଲା ପ୍ରତିଷ୍ଠା ଦିବସ: ପ୍ରତିଷ୍ଠାତା ବିଜୁବାବୁ ଅନ୍ଧାରରେ, ସାଧାରଣରେ ଅସନ୍ତୋଷ - ବୌଦ୍ଧ ପ୍ରତିଷ୍ଠା ଦିବସରେ ଅନ୍ଧାରରେ ରହିଲେ ବିଜୁବାବୁ

ବୌଦ୍ଧ ଜିଲ୍ଲା ପ୍ରତିଷ୍ଠା ଦିବସକୁ(Boudh foundation day) ନିରାଡମ୍ବର ଭାବରେ ପାଳନ କଲା ଜିଲ୍ଲା ପ୍ରଶାସନ । ତେବେ କେତେକ ପ୍ରକଳ୍ପ ଅଧପନ୍ତରିଆ ଥିବାବେଳେ ସେସବୁକୁ ଉଦଘାଟନ କରିବା ଏବଂ ଜିଲ୍ଲାର ମାନ୍ୟତା ଦେଇଥିବା ବିଜୁବାବୁଙ୍କ(Biju Babu) ମୂର୍ତ୍ତି ନିକଟରେ ଅନ୍ଧକାରକୁ ନେଇ ପ୍ରକାଶ ପାଇଥିଲା ଅସନ୍ତୋଷ । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲା ପ୍ରତିଷ୍ଠା ଦିବସରେ ଅନ୍ଧାରରେ ରହିଲେ ବିଜୁବାବୁ
ବୌଦ୍ଧ ଜିଲ୍ଲା ପ୍ରତିଷ୍ଠା ଦିବସରେ ଅନ୍ଧାରରେ ରହିଲେ ବିଜୁବାବୁ

By

Published : Jan 3, 2022, 3:58 PM IST

ବୌଦ୍ଧ: ଜିଲ୍ଲା ପ୍ରତିଷ୍ଠା ଦିବସକୁ(Boudh foundation day) ନିରାଡମ୍ବର ଭାବରେ ପାଳନ କଲା ଜିଲ୍ଲା ପ୍ରଶାସନ । ବୌଦ୍ଧ ଜିଲ୍ଲାର 28ତମ ପ୍ରତିଷ୍ଠା ଦିବସ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳନ କରାଯାଇଛି । ତେବେ କେତେକ ପ୍ରକଳ୍ପ ଅଧପନ୍ତରିଆ ଥିବାବେଳେ ସେସବୁକୁ ଉଦଘାଟନ କରିବା ଏବଂ ଜିଲ୍ଲାର ମାନ୍ୟତା ଦେଇଥିବା ବିଜୁବାବୁଙ୍କ(Biju Babu) ମୂର୍ତ୍ତି ନିକଟରେ ଅନ୍ଧକାରକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା ।

ବୌଦ୍ଧ ଜିଲ୍ଲା ପ୍ରତିଷ୍ଠା ଦିବସରେ ଅନ୍ଧାରରେ ରହିଲେ ବିଜୁବାବୁ

ପ୍ରକାଶଥାଉକି, 1994 ମସିହା ଜାନୁଆରୀ 2 ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ(Former Chief minister of Odisha) ବୌଦ୍ଧକୁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରିଥିଲେ । ଏନେଇ ରବିବାର ସନ୍ଧ୍ୟାରେ ବୁଦ୍ଧଙ୍କୁ ନେଇ ବୌଦ୍ଧ ଜିଲ୍ଲା ଗଠନ ହୋଇଥିବାରୁ ପ୍ରଥମେ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ପରେ ମହାନଦୀ ସେତୁ ନିକଟରେ ଥିବା ବିଜୁ ପଟ୍ଟନାୟକ ଛକଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିସହିତ ବାଏପାସ ରାସ୍ତା, ସେଲ୍‌ଫି ପଏଣ୍ଟ ଓ ଅନ୍ୟାନ୍ୟ କାର୍ଯ୍ୟର ଲୋକାର୍ପଣ ହୋଇଥିଲା । ଜିଲ୍ଲାପାଳଙ୍କ ସହିତ ବୌଦ୍ଧ ଓ କଣ୍ଟାମାଳ ବିଧାୟକ ତଥା ଅନ୍ୟାନ୍ୟ ଅତିଥି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜିଲ୍ଲା ସଂଗ୍ରହାଳୟରେ ଏଥିପାଇଁ ନିରାଡମ୍ବର ଭାବରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଜିଲ୍ଲା ସଂଗ୍ରହାଳୟର ପ୍ରଥମ ପ୍ରତିଷ୍ଠା ଦିବସ ସହିତ ଜିଲ୍ଲା ଦେଇ ପ୍ରବାହିତ ମହାନଦୀର ସୁରକ୍ଷା ଓ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟବିବାହ ମୁକ୍ତ ପାଇଁ ଜିଲ୍ଲାପାଳ ଆହ୍ବାନ ଦେବା ସହ ସମସ୍ତଙ୍କୁ ଶପଥପାଠ କରାଇଥିଲେ । ତେବେ ଅସମ୍ପୂର୍ଣ୍ଣ କାର୍ଯ୍ୟର ଉନ୍ମୋଚନ କରାଯାଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏପଟେ ବାଏପାସ ରାସ୍ତାରେ ଜମି ହରାଇଥିବା ଲୋକ କ୍ଷତି ପୂରଣ ପାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ସେହିପରି ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଓ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଆଲୋକୀକରଣ ହୋଇନଥିବାରୁ ଅନ୍ଧାରରେ ଅତିଥିମାନେ ଯୋଗଦେଇ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details