ବୌଦ୍ଧ: କେନାଲ କଡ ରାସ୍ତା ନିର୍ମାଣ ନାଁରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା ଜଳସେଚନ ବିଭାଗର ଦୁର୍ନୀତି ଦାଣ୍ଡରେ ପଡି ହାଟରେ ଗଡୁଥିବାବେଳେ ବର୍ତ୍ତମାନ ପୁଣି ଏକ ଦୁର୍ନୀତି ସମ୍ମୁଖକୁ ଆସିଛି । ଜିଲ୍ଲାର କିରାସିରା ନିକଟରେ ସାଲୁଙ୍କୀ ସେଚ କେନାଲ କଡରେ ଏନଆରଇଜିଏସ(NREGS) ମାଧ୍ୟମରେ ୬ ଲକ୍ଷ 98 ହଜାର ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି । ତେବେ ଏଠାରେ ଅଳ୍ପ କିଛି ମୋରମ ବିଛାଇ ବ୍ୟାପକ ଅର୍ଥ ହଡପ ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
କେନାଲ ରାସ୍ତା ନିର୍ମାଣ ନାଁରେ ବ୍ୟାପକ ଦୁର୍ନୀତି ଅଭିଯୋଗ - ବୌଦ୍ଧ ଜଳସେଚନ ବିଭାଗର ଦୁର୍ନୀତି
ବୌଦ୍ଧ ଜିଲ୍ଲା ଜଳସେଚନ ବିଭାଗର ଦୁର୍ନୀତି ଦାଣ୍ଡରେ ପଡି ହାଟରେ ଗଡୁଥିବାବେଳେ ବର୍ତ୍ତମାନ ପୁଣି ଏକ ଦୁର୍ନୀତି ସମ୍ମୁଖକୁ ଆସିଛି । କେନାଲ କଡ ରାସ୍ତା ନିର୍ମାଣ ନାଁରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ
![କେନାଲ ରାସ୍ତା ନିର୍ମାଣ ନାଁରେ ବ୍ୟାପକ ଦୁର୍ନୀତି ଅଭିଯୋଗ boudh canal corruption allegation: କେନାଲ ରାସ୍ତା ନିର୍ମାଣ ନାଁରେ ବ୍ୟାପକ ଦୁର୍ନୀତି ଅଭିଯୋଗ](https://etvbharatimages.akamaized.net/etvbharat/prod-images/768-512-14322492-thumbnail-3x2-fh.jpg)
boudh canal corruption allegation: କେନାଲ ରାସ୍ତା ନିର୍ମାଣ ନାଁରେ ବ୍ୟାପକ ଦୁର୍ନୀତି ଅଭିଯୋଗ
boudh canal corruption allegation: କେନାଲ ରାସ୍ତା ନିର୍ମାଣ ନାଁରେ ବ୍ୟାପକ ଦୁର୍ନୀତି ଅଭିଯୋଗ
ଜିଲ୍ଲାର ପ୍ରମୁଖ ସେଚ ପ୍ରକଳ୍ପ ବାଘ ଓ ସାଲୁଙ୍କୀ ପ୍ରକଳ୍ପ ବର୍ତ୍ତମାନ ଦୁର୍ବଳ ହୋଇପଡିଥିବାବେଳେ ବିଭାଗୀୟ ଅପାରଗତା ଯୋଗୁଁ ଅନେକ କେନାଲ ପୋତି ହୋଇ ପଡିଲାଣି । ବର୍ଷ ତମାମ କେନାଲ ସଫା ନାଁରେ ସରକାରୀ ଅର୍ଥକୁ ଉଭୟ ଠିକାଦାର ଓ ଯନ୍ତ୍ରୀ ମିଳିମିଶି ସଫା କରିଦେଉଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳସେଚନ ବିଭାଗର ଦୁର୍ନୀତି ସବୁଆଡେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ କିରାସିରା ଗ୍ରାମର ଏହି ଦୁର୍ନୀତିର ତଦନ୍ତ ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
TAGGED:
ବୌଦ୍ଧ ଜଳସେଚନ ବିଭାଗର ଦୁର୍ନୀତି