ଓଡିଶା

odisha

ETV Bharat / state

ବୌଦ୍ଧ ଜିଲ୍ଲାରେ ଭାରତ ବନ୍ଦର ଆଂଶିକ ପ୍ରଭାବ - ବୌଦ୍ଧ ଜିଲ୍ଲାରେ ଭାରତ ବନ୍ଦର ଆଂଶିକ ପ୍ରଭାବ

ଜିଲ୍ଲାରେ ଭାରତ ବନ୍ଦର ଆଂଶିକ ପ୍ରଭାବ ପରିଲକ୍ଷିତ ହୋଇଛି । ଭାରତ ବନ୍ଦକୁ ସମର୍ଥନ କରି ଜିଲ୍ଲାର ସମସ୍ତ ଡାକସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ବ୍ୟାଙ୍କ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଅଧିକ ପଢ଼ନ୍ତୁ

ବୌଦ୍ଧ ଜିଲ୍ଲାରେ ଭାରତ ବନ୍ଦର ଆଂଶିକ ପ୍ରଭାବ
ବୌଦ୍ଧ ଜିଲ୍ଲାରେ ଭାରତ ବନ୍ଦର ଆଂଶିକ ପ୍ରଭାବ

By

Published : Mar 29, 2022, 10:31 PM IST

ବୌଦ୍ଧ:ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ଆଂଶିକ ପ୍ରଭାବ ପରିଲକ୍ଷିତ ହୋଇଛି । ଟ୍ରେଡ ୟୁନିୟନ ଡାକରା କ୍ରମେ 28 ଓ 29 ତାରିଖ ଦୁଇ ଦିନ ଧରି ଭାରତ ବନ୍ଦ ପାଳନ କରାଯାଇଛି । ତେବେ ବୌଦ୍ଧ ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାର ସମସ୍ତ ଡାକ କର୍ମଚାରୀମାନେ ଭାରତ ବନ୍ଦକୁ ସମର୍ଥନ କରି କାର୍ଯ୍ୟ ବନ୍ଦ କରି ଧାରଣାରେ ବସି ରହିଥିଲେ ।

ବୌଦ୍ଧ ଜିଲ୍ଲାରେ ଭାରତ ବନ୍ଦର ଆଂଶିକ ପ୍ରଭାବ

ବିଭାଗକୁ ଘରୋଇକରଣ ବନ୍ଦ, ବକେୟା ପ୍ରାପ୍ୟ ପ୍ରଦାନ ଭଳି ବିଭିନ୍ନ ଦାବି ନେଇ ଡାକ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ବୌଦ୍ଧର ବିଭିନ୍ନ ବ୍ୟାଙ୍କରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ବିଭିନ୍ନ ବ୍ୟାଙ୍କରେ ପହଞ୍ଚି ପିକେଟିଂ କରି ବନ୍ଦ କରିଥିଲେ । ଜିଲ୍ଲାରେ ଗାଡିମୋଟର ଚଳାଚଳ ଓ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟ ସାମାନ୍ୟ ରହିଥିଲା ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details