ଓଡିଶା

odisha

ETV Bharat / state

ଶିଶୁ ଦିବସରେ 10ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ କଲା ଜିଲ୍ଲା ପ୍ରଶାସନ - ବାଲ୍ୟବିବାହ ମୁକ୍ତ ଜିଲ୍ଲା

ସମ୍ପ୍ରତି ଯୁଗରେ ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାଲ୍ୟବିବାହ ଦେଖିବାକୁ ମିଳୁଛି । ତେବେ ଶନିବାର ଶିଶୁ ଦିବସ ଅବସରରେ ଜିଲ୍ଲା ପ୍ରଶାସନ 10ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ କରିଛି । ଅଧିକ ପଢନ୍ତୁ...

Bhadrak district administration released 10 villages for child marriage on Children's Day
ଶିଶୁ ଦିବସରେ 10ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ କଲା ଜିଲ୍ଲା ପ୍ରଶାସନ

By

Published : Nov 14, 2020, 4:48 PM IST

ବୌଦ୍ଧ:ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଥିବା ବାଲ୍ୟବିବାହରୁ 10ଟି ଗ୍ରାମକୁ ଶିଶୁ ଦିବସ ଅବସରରେ ବାଲ୍ୟବିବାହ ମୁକ୍ତ କରିଛି ଜିଲ୍ଲା ପ୍ରଶାସନ । ତେବେ ଆଗାମୀ ତିନି ବର୍ଷ ମଧ୍ୟରେ ସମଗ୍ର ଜିଲ୍ଲାରୁ ବାଲ୍ୟବିବାହ ହଟାଇବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି ।

ଶିଶୁ ଦିବସରେ 10ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ କଲା ଜିଲ୍ଲା ପ୍ରଶାସନ

ଶନିବାର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ତିଥି ଅବସରରେ ଜିଲ୍ଲା ପ୍ରଶାସନ ଜିଲ୍ଲାର ଦଶଟି ପଞ୍ଚାୟତର ଦଶଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରିଛି । ଶିଶୁ ସୁରକ୍ଷା ୟୁନିଟ, ଚାଇଲ୍ଡ ଲାଇନ, ସମାଜ ମଙ୍ଗଳ, ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରମୁଖ ରହିଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ବାଲ୍ୟବିବାହ ଭଳି ଘୃଣ୍ୟ ପ୍ରଥା ସମାଜକୁ ନିନ୍ଦିତ କରି ଆସିଛି । ତେବେ ବର୍ତ୍ତମାନ ଏଭଳି କୁସଂସ୍କାରର ମୂଳୋତ୍ପାଟନ ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି ।

ଶିଶୁ ଦିବସରେ 10ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ କଲା ଜିଲ୍ଲା ପ୍ରଶାସନ

ଗ୍ରାମାଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ଅଙ୍ଗନବାଡି ଓ ବିଭାଗୀୟ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ସାମାଜିକ ବ୍ୟବସ୍ଥା ସହ ଜଡିତ ରହି କାର୍ଯ୍ୟ କରିବାକୁ ଆହ୍ବାନ ଦିଆଯାଇଛି । ଚଳିତ ବର୍ଷ ମାତ୍ର ଦଶଟି ଗ୍ରାମକୁ ଓ ଆସନ୍ତା ବର୍ଷ ପାଞ୍ଚ ଶହ ଗ୍ରାମକୁ ଏବଂ ପରିଶେଷରେ ଆଗାମୀ ତିନି ବର୍ଷ ମଧ୍ୟରେ ସମଗ୍ର ଜିଲ୍ଲାର 1185ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଘୋଷଣାର ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ । ଏପଟେ ଶନିବାର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ତିଥି ଅବସରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବାର ନିକଟରେ ସ୍ମୃତିଚାରଣ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details