ଓଡିଶା

odisha

ETV Bharat / state

ବୌଦ୍ଧରେ ହିତାଧିକାରୀଙ୍କୁ ଅଗ୍ରୀମ ଚାରିମାସର ଭତ୍ତା ପ୍ରଦାନ - ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

କୋରୋନା ଭୂତାଣୁ ସଂକ୍ରମଣ ଭୟରେ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଆଗୁଆ ଚାରିମାସର ଭତ୍ତା ସହିତ ଅନ୍ୟ ସାମଗ୍ରୀ ପ୍ରଦାନ କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

beneficiaries-are-given-a-four-month-advance
beneficiaries-are-given-a-four-month-advance

By

Published : Mar 23, 2020, 4:06 PM IST

ବୌଦ୍ଧ: କୋରୋନା ଭୂତାଣୁ ସଂକ୍ରମଣ ଭୟରେ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଆଗୁଆ ଚାରିମାସର ଭତ୍ତା ସହିତ ଅନ୍ୟ ସାମଗ୍ରୀ ପ୍ରଦାନ କରିଛି ଜିଲ୍ଲା ପ୍ରଶାସନ । ସୋମବାର ବୌଦ୍ଧ ପୌରପରିଷଦର ହିତାଧିକାରୀଙ୍କୁ ଏନେଇ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯାଇଛି ।

ହିତାଧିକାରୀଙ୍କୁ ଅଗ୍ରୀମ ଚାରିମାସର ଭତ୍ତା ପ୍ରଦାନ

ଦିନକୁ ଦିନ କୋରୋନା ଆତଙ୍କ ସାରା ବିଶ୍ବରେ ବୃଦ୍ଧି ପାଇବାରେ ଲାଗିଛି । ଏହି ଧାରାରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ କଡା ନଜର ରଖିଛି । ବିଶେଷ ଭାବରେ ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା ଲୋକଙ୍କ ଉପରେ ସତର୍କ ଦୃଷ୍ଟି ରଖିଛି । ତେବେ ଆତଙ୍କିତ ନହୋଇ ସଚେତନ ରହିବାକୁ ଜିଲ୍ଲାପାଳ ବାରମ୍ବାର ଅପିଲ କରିଛନ୍ତି ।

କୌଣସି ପ୍ରକାରର ଗୁଜବକାରୀଙ୍କ କଥାରେ ନପଡି ନିଜେ ସତର୍କ ରହିବାକୁ ଅନୁରୋଧ କରିଛନ୍ତି । ସେପଟେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସୋମବାର ଦିନ ବୌଦ୍ଧ ପୌରପରିଷଦର ସମସ୍ତ ହିତାଧିକାରୀଙ୍କୁ ଅଗ୍ରୀମ ଚାରିମାସର ସାମାଜିକ ସୁରକ୍ଷା ଭତ୍ତା ଓ ଅନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି । ତେବେ ଏହି ଘଡିସନ୍ଧି ମୂହୁର୍ତ୍ତରେ ସମସ୍ତେ ସଚେତନ ରହି ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଆହ୍ବାନ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details