ଓଡିଶା

odisha

ETV Bharat / state

ମହାନଦୀରେ ଲୀନ ହେବ ହଜାର ବର୍ଷର ଜନବସତି ! - ମହାନଦୀ ଗର୍ଭରେ ଲୀନ ହେବାକୁ ଯାଉଛି ହଜାରେ ବର୍ଷର ଜନବସତି

ମହାନଦୀ ଗର୍ଭରେ ଲୀନ ହେବାକୁ ଯାଉଛି ହଜାରେ ବର୍ଷର ଜନବସତି । ୫୭ ନମ୍ବର ଜାତୀୟ ରାଜପଥ କଡରେ ଥିବା ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଅଞ୍ଚଳରେ ପାନୀୟଜଳ, ଜବରଦଖଲ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ବେଳେ ମହାନଦୀ କୂଳ ଲଙ୍ଘୁଥିବାରୁ ଚିନ୍ତାପ୍ରକଟ କରିଛନ୍ତି ଅଞ୍ଚଳବାସୀ । ଅଧିକ ପଢନ୍ତୁ

ମହାନଦୀ ଆଁରେ ବାଉଁଶୁଣୀ ଅଞ୍ଚଳର ପୁରୁଣା ବସ୍ତି
ମହାନଦୀ ଆଁରେ ବାଉଁଶୁଣୀ ଅଞ୍ଚଳର ପୁରୁଣା ବସ୍ତି

By

Published : Mar 9, 2022, 1:40 PM IST

ବୌଦ୍ଧ: ମହାନଦୀ ଗର୍ଭରେ ଲୀନ ହେବାକୁ ଯାଉଛି ହଜାରେ ବର୍ଷର ଜନବସତି । ୫୭ ନମ୍ବର ଜାତୀୟ ରାଜପଥ କଡରେ ଥିବା ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଅଞ୍ଚଳରେ ପାନୀୟଜଳ, ଜବରଦଖଲ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ବେଳେ ମହାନଦୀ କୂଳ ଲଙ୍ଘୁଥିବାରୁ ଚିନ୍ତାପ୍ରକଟ କରିଛନ୍ତି ଅଞ୍ଚଳବାସୀ । ଏହାଛଡା ମାଉଳୀମୁଣ୍ଡା,ଜମଘାଟି ଭଳି କେତେକ ବସ୍ତି ଧିରେ ଧିରେ ଖୁବ ବଢିବାରେ ଲାଗିଛି ।

ବାଉଁଶୁଣୀ ଛକ କେନ୍ଦୁଖୁପୁଲି ନାମରେ ପରିଚିତ ଥିବା ବେଳେ ଏହାର ଗଡଭିତର, ମାଳିସାହି,ବଉଦିଆପଡା ଓ ସୋନପୁରିଆପଡା ମହାନଦୀ କୂଳରେ ରହିଥିଲା । କିନ୍ତୁ ବାରମ୍ବାର ବାଉଁଶୁଣୀ ଅଞ୍ଚଳକୁ ପ୍ରତାରଣା କରାଯାଉଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏହା କେବଳ ଏକ ପଞ୍ଚାୟତରେ ସୀମିତ ରହିଛି । ବାଉଁଶୁଣୀ ଅଞ୍ଚଳକୁ ବାରମ୍ବାର ଏକ ଏନଏସି ତଥା ବ୍ଲକ ପାଇଁ ଦାବି ହୋଇଆସୁଥିବା ବେଳେ ଏନେଇ କୌଣସି ସୁଫଳ ମିଳିନାହିଁ ।

ମହାନଦୀ ଆଁରେ ବାଉଁଶୁଣୀ ଅଞ୍ଚଳର ପୁରୁଣା ବସ୍ତି

ମହାନଦୀ କୂଳରେ ଥିବା ଏହି ଅଞ୍ଚଳବାସୀ ସଦାସର୍ବଦା ପାନୀୟଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେବାସହ ମହାନଦୀ କୂଳ ଲଙ୍ଘୁ ଥିବାରୁ ବାଉଁଶୁଣୀର ମାଳିପଡା ଠାରୁ ନେଇ ଅନେକ ଅଞ୍ଚଳ ବର୍ତ୍ତମାନ ନଦୀର ଗର୍ଭକୁ ଚାଲିଗଲାଣି । ଏକଦା ବାଉଁଶୁଣୀ ଅଞ୍ଚଳର ବାନ୍ଧକଳା ଓ ଟସର ଶିଳ୍ପ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଏଠାରେ ଟସର ଶିଳ୍ପ ବର୍ତ୍ତମାନ ବାଟ ହୁଡିଥିବା ଅଭିଯୋଗ ହୋଇଛି ।

ମହାନଦୀ କୂଳରେ ଥିବା ଦ୍ବାଦଶ ଶତାବ୍ଦୀର ଶୈବପୀଠ ବର୍ତ୍ତମାନ ବିପଦ ଶଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଅଞ୍ଚଳର ସବୁଠାରୁ ବଡ ସମସ୍ୟା ରୂପେ ମୁଣ୍ଡ ଟେକିଛି ଜବରଦଖଲ ସମସ୍ୟା । ବାଉଁଶୁଣୀର ବିଭିନ୍ନ ଅଞ୍ଚଳ ବର୍ତ୍ତମାନ ଜବରଦଖଲ କାରୀଙ୍କ କବ୍ଜାରେ ରହିଥିବା ଯୋଗୁଁ ଏଠାରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନାହିଁ । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details