ଓଡିଶା

odisha

ETV Bharat / state

ବୌଦ୍ଧ ଜିଲ୍ଲା ପ୍ରଶାସନର ଅନଲକ-2 ଗାଇଡଲାଇନ ଜାରି

ଶନିବାର ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀଙ୍କ ଥର୍ମାଲ ଟେଷ୍ଟ ଆରମ୍ଭ ସହିତ ପ୍ରଶାସନ ପକ୍ଷରୁ ଅନଲକ-2 ର ଗାଇଡଲାଇନ ଜାରି କରାଯାଇଛି । ସରକାରୀ କାର୍ଯ୍ୟାଳୟକୁ ଏଣିକି ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି । ଅଧିକ ପଢନ୍ତୁ...

By

Published : Jul 4, 2020, 10:49 PM IST

ବୌଦ୍ଧ ଜିଲ୍ଲା ପ୍ରଶାସନର ଅନଲକ-2 ଗାଇଡଲାଇନ ଜାରି
ବୌଦ୍ଧ ଜିଲ୍ଲା ପ୍ରଶାସନର ଅନଲକ-2 ଗାଇଡଲାଇନ ଜାରି

ବୌଦ୍ଧ: ସରକାରୀ କାର୍ଯ୍ୟାଳୟକୁ ଏଣିକି ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି । ଅତି ଜରୁରୀ ନଥିଲେ କୌଣସି ସରକାରୀ କାର୍ଯ୍ୟାଳୟକୁ ନଯିବାକୁ କୁହାଯାଇଛି । ଶନିବାର ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀଙ୍କ ଥର୍ମାଲ ଟେଷ୍ଟ ଆରମ୍ଭ ସହିତ ପ୍ରଶାସନ ପକ୍ଷରୁ ଅନଲକ 2ର ଗାଇଡଲାଇନ ଜାରି କରାଯାଇଛି ।
ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହିତ ଅନ୍ୟ ପ୍ରମୁଖ ସରକାରୀ କାର୍ଯ୍ୟାଳୟକୁ ଅତି ଜରୁରୀ ନଥିଲେ ଆସିବାକୁ ବାରଣ କରାଯାଇଛି । ଶନିବାର ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଭିତରକୁ ପ୍ରବେଶ ପୂର୍ବରୁ ସରକାରୀ କର୍ମଚାରୀ ସହିତ ଅନ୍ୟ ଲୋକଙ୍କ ଥର୍ମାଲ ଟେଷ୍ଟ ପରେ ଭିତରକୁ ପ୍ରବେଶ କରାଯାଇଥିଲା । ଖୋଦ ଅତିରିକ୍ତ ଜିଲ୍ଲାପାଳ ଏହି କାର୍ଯ୍ୟକୁ ତଦାରଖ କରିଥିଲେ ।

ବୌଦ୍ଧ ଜିଲ୍ଲା ପ୍ରଶାସନର ଅନଲକ-2 ଗାଇଡଲାଇନ ଜାରି

ସେହିପରି ଶନିବାର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅନଲକ-2 ର ଗାଇଡଲାଇନ ଜାରି କରିଛନ୍ତି । ସଂଧ୍ୟା ସାତଟା ରୁ ସକାଳ ସାତ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବା ସହ ଅନ୍ୟ କୋଭିଡ ଆଇନକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସାଧାରଣ ଲୋକ କିନ୍ତୁ କୋଭିଡ ଆଇନକୁ ମାନୁ ନଥିବାରୁ ଚିନ୍ତା ବଢିଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details