ବୌଦ୍ଧ: ଜଳସେଚନ ବିଭାଗର ଅପାରଗତା ଯୋଗୁଁ ପରିତ୍ୟକ୍ତ ତଥା ଶ୍ରୀହୀନ ହୋଇପଡିଛି ବୌଦ୍ଧ ଜିଲ୍ଲାର ଶଗଡା ନିକଟରେ ଥିବା ବାଘ୍ ବ୍ୟାରେଜ ପ୍ରକଳ୍ପ । ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ବାଘ୍ ଜଳସେଚନ ପ୍ରକଳ୍ପ ଭାଙ୍ଗିରୁଜି ଯିବା ସହ ଏହା ବର୍ତ୍ତମାନ ଅନିଶ୍ଚିତତା ଦିଗକୁ ଗତି କରୁଥିବା ଦେଖିବାକୁ ମିଳୁଛି ।
ବିଭାଗୀୟ ଉଦାସୀନତା ତଥା ଅଦୂରଦୃଷ୍ଟି ଯୋଗୁଁ ଜିଲ୍ଲାର ଶଗଡା ନିକଟରେ ଥିବା ବାଘ ଜଳସେଚନ ପ୍ରକଳ୍ପ ଦୁର୍ବଳ ହେବା ସହ ଅନେକ ସ୍ଥାନରେ ସୁରକ୍ଷା ବାଡ ଭାଙ୍ଗି ଗଲାଣି । ପ୍ରକଳ୍ପର ଦୁଇ ପାର୍ଶ୍ଵରେ ଥିବା ମନୋରମ ଉଦ୍ୟାନ ଜଳସେଚନ କର୍ମଚାରୀ ଓ ଯନ୍ତ୍ରୀଙ୍କ ମଦ୍ୟପାନ ସ୍ଥଳୀ ପାଲଟି ସମ୍ପୂର୍ଣ୍ଣ ଉଜୁଡି ପଡିଛି । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରସ୍ଥଳୀ ପାଲଟିଥିବା ଏହି ଜଳସେଚନ ପ୍ରକଳ୍ପକୁ ବର୍ତ୍ତମାନ ପର୍ଯ୍ୟଟକମାନେ ଆସିବାକୁ ଭୟ କରୁଛନ୍ତି ।