ଓଡିଶା

odisha

ETV Bharat / state

ବୌଦ୍ଧରେ ବାଲ୍ୟବିବାହ ରୋକିବାକୁ ଅଣ୍ଟା ଭିଡିଲା ପ୍ରଶାସନ - ଲୁଚାଛପାରେ ଚାଲିଛି ବାଲ୍ୟବିବାହ

ବୌଦ୍ଧ ଜିଲ୍ଲାରେ ଚିନ୍ତା ବଢାଉଛି ବାଲ୍ୟବିବାହ । ଲୋକଙ୍କୁ ଏ ଦିଗରେ ସଚେତନ କରିବାକୁ ସଚେତନତା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ବାଲ୍ୟବିବାହ ରୋକିବାକୁ ସେଚତନତା କାର୍ଯ୍ୟକ୍ରମ
ବାଲ୍ୟବିବାହ ରୋକିବାକୁ ସେଚତନତା କାର୍ଯ୍ୟକ୍ରମ

By

Published : Dec 24, 2020, 8:01 AM IST

ବୌଦ୍ଧ:ବାଲ୍ୟବିବାହ ଏକ ଆଇନଗତ ଅପରାଧ । ହେଲେ ମାନବସମାଜ ଏ ଦିଗରେ ସଚେତନ ନୁହନ୍ତି । ଏବେ ବି ଅନେକ ସ୍ଥାନରେ ଲୁଚାଛପାରେ ଚାଲିଛି ବାଲ୍ୟବିବାହ । ବାଲ୍ୟ ବିବାହକୁ ନେଇ ଲୋକଙ୍କୁ ସଚେତନ କରିବା ଦିଗରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ବାଲ୍ୟବିବାହ ରୋକିବାକୁ ସେଚତନତା କାର୍ଯ୍ୟକ୍ରମ

ସୂଚନାଅନୁସାରେ, ଜିଲ୍ଲାର ପ୍ରାୟ 10ଟି ଗାଁକୁ ଜିଲ୍ଲା ପ୍ରଶାସନ ବାଲ୍ୟ ବିବାହ ମୁକ୍ତ ଘୋଷଣା କରିଛି । ଏ ଦିଗରେ ତଦାରଖ କରିବାକୁ ପ୍ରତି ଗାଁର ଅଙ୍ଗନବାଡି କର୍ମୀଙ୍କୁ ଦାୟିତ୍ବ ଦିଆଯାଇଛି । ହେଲେ ଜିଲ୍ଲାର କେତେକ ଉପାନ୍ତ ଅଞ୍ଚଳରେ ଲୁଚାଛପା କରି ନାବାଳିକାଙ୍କ ବିବାହ ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଛି । କେତେକ ସ୍ଥାନରେ ଅନ୍ୟ ଗ୍ରାମ କିମ୍ବା ପଡୋଶୀ ଜିଲ୍ଲାରେ ନିଜ ସମ୍ପର୍କୀୟଙ୍କ ଘରେ ନେଇ ନାବାଳିକାଙ୍କୁ ବିବାହ କରାଯାଉଛି । ଫଳରେ ସୂଚନା ମିଳିଲେ ମଧ୍ୟ ଉପଯୁକ୍ତ ସମୟରେ ପଦକ୍ଷେପ ଗ୍ରହଣ ସମ୍ଭବ ହୋଇପାରୁ ନାହିଁ ।

କେବଳ ସଚେତନତା ଅଭାବରୁ ଲୋକମାନେ ଏପରି ପଦକ୍ଷେପ ନେଉଥିବା କହିଛନ୍ତି ବୁଦ୍ଧିଜୀବୀ । ବାଲ୍ୟ ବିବାହ ଏକ ସାମାଜିକ ଅପରାଧ । ଏ ଦିଗରେ ଲୋକଙ୍କୁ ସଚେତନା ସୃଷ୍ଟି କରିବା ସହ ବାଲ୍ୟ ବିବାହ ରୋକିବାକୁ କଣ୍ଟାମାଳ ବ୍ଲକ ସୌରୀବେଙ୍ଗେସ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ନାଚ,ଗୀତ ଓ ଅଭିନୟ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details