ଓଡିଶା

odisha

ETV Bharat / state

ଚିନ୍ତାରେ ବସ ଓ ଅଟୋ ଚାଳକ, କଳାକାରଙ୍କୁ ମିଳିଲା ସହାୟତା

ଲକଡାଉନରେ କିଛି କୋହଳ ପରେ ମଧ୍ୟ ବସ ଚଳାଚଳ ନେଇ କୌଣସି ସୁଖବର ନମିଳିବାରୁ ପରୋକ୍ଷରେ ପ୍ରଭାବିତ ହେଉଥିବା ଅଟୋ ଚାଳକ ମଧ୍ୟ ନିରାଶ ହୋଇଛନ୍ତି । ସେପଟେ କଳାକାରଙ୍କୁ ସହାୟତାର ହାତ ବଢାଇଛି ଯୁହାର ପରିବାର । ଅଧିକ ପଢନ୍ତୁ...

ଚିନ୍ତାରେ ବସ ଓ ଅଟୋ ଚାଳକ, ସେପଟେ କଳାକାରଙ୍କୁ ସହାୟତାର ହାତ
ଚିନ୍ତାରେ ବସ ଓ ଅଟୋ ଚାଳକ, ସେପଟେ କଳାକାରଙ୍କୁ ସହାୟତାର ହାତ

By

Published : Jun 16, 2021, 10:52 PM IST

ବୌଦ୍ଧ: ଖାଲିପଡିଛି ବସଷ୍ଟାଣ୍ଡ । ନା ଗଡୁଛି ବସ, ନା ଅଛନ୍ତି ଯାତ୍ରୀ । ଫଳରେ ଉଭୟ ବସ ଓ ତା' ଉପରେ ନିର୍ଭରଶୀଳ ଅଟୋ ଚାଳକ ବିଶେଷ ପ୍ରଭାବିତ ହୋଇଛନ୍ତି ।ଲକଡାଉନ ଯୋଗୁଁ ବୌଦ୍ଧ ଜିଲ୍ଲାର ଯାତ୍ରୀ ବାହୀ ବସ ଓ ତା' ଉପରେ ନିର୍ଭରଶୀଳ ଶହ ଶହ ଅଟୋ ଚାଳକ ବର୍ତ୍ତମାନ ଦୁର୍ଦ୍ଦିନରେ ଅଛନ୍ତି । କାଁଭାଁ ଭଡା ମିଳିଲେ ପରିବାର ଚଳୁଛି। ନଚେତ ଅତ୍ୟନ୍ତ କଷ୍ଟରେ ପରିବାରର ଗୁଜୁରାଣ ମେଣ୍ଟାଇବାକୁ ପଡୁଛି ।

ଚିନ୍ତାରେ ବସ ଓ ଅଟୋ ଚାଳକ, ସେପଟେ କଳାକାରଙ୍କୁ ସହାୟତାର ହାତ

ତେବେ ଏଭଳି ସମୟରେ ବୁଧବାର ସରକାର ଲକଡାଉନ ରେ କିଛି କୋହଳ କରିଥିବା ବେଳେ କିନ୍ତୁ ଯାତ୍ରୀ ପରିବହନ କୁନେଇ କୌଣସି ବ୍ୟବସ୍ଥା ନହେବାରୁ ଏହା ଉପରେ ନିର୍ଭରଶୀଳ ପରିବାର ନିରାଶ ହୋଇଛନ୍ତି । ସେପଟେ ଏଭଳି ମହାମାରୀ ସମୟରେ ଅତ୍ୟନ୍ତ ଦୁର୍ଦ୍ଦିନରେ ଅଛନ୍ତି ସଂଗୀତ ଓ ବାଦ୍ୟ କଳାକାର । ଏଭଳି କିଛି କଳାକାରଙ୍କୁ ଚିହ୍ନଟ କରି ଯୁହାର ପରିବାର ପକ୍ଷରୁ ସ୍ବର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ସ୍ମୃତିରେ ଅଟଳ ସାହେତା ନାମରେ ରାସନ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details