ବୌଦ୍ଧ: ଆପ୍ରୋଚ ରୋଡକୁ ନେଇ ତେଜୁଛି ଜନଅସନ୍ତୋଷ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ସଦରମହକୁମା ଠାରେ ତେଲନଦୀ ଉପରେ ଦୀର୍ଘ ଦିନରୁ ଗ୍ରାମ୍ୟ ଉନ୍ନୟନ ପକ୍ଷରୁ ସେତୁ ନିର୍ମାଣ ସରିଛି । ଉଭୟ ପାର୍ଶ୍ବର ଆପ୍ରୋଚ ରୋଡ ପାଇଁ ଅପର ପାର୍ଶ୍ବରେ ଥିବା ତରଭା ପଟରେ ଜମି ଅଧିଗ୍ରହଣ ମଧ୍ୟ ଶେଷ ହୋଇଛି । ହେଲେ କଣ୍ଟାମାଳ ପଟରେ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ କାର୍ଯ୍ୟକ୍ଷମ ହୋଇପାରୁନି ସେତୁ ।
ଆପ୍ରୋଚ ରୋଡ ସମସ୍ୟା ଯୋଗୁଁ ଅଧାରେ ଅଟକିଛି ସଂଯୋଗର ସେତୁ - ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ଆପ୍ରୋଚ ରୋଡକୁ ନେଇ ଅସନ୍ତୋଷ ଦେଖାଦେଇଛି । ସମ୍ପୂର୍ଣ୍ଣ ଜମିଗ୍ରହଣ ହୋଇନ ପାରିବାରୁ ସେତୁ ସଂଯୋଗର କାର୍ଯ୍ୟ ଅଧାରେ ପଡିଛି । ଅଧିକ ପଢନ୍ତୁ...
![ଆପ୍ରୋଚ ରୋଡ ସମସ୍ୟା ଯୋଗୁଁ ଅଧାରେ ଅଟକିଛି ସଂଯୋଗର ସେତୁ ଆପ୍ରୋଚ ରୋଡ ସମସ୍ୟା ଯୋଗୁଁ ଅଧାରେ ଅଟକିଛି ସଂଯୋଗର ସେତୁ](https://etvbharatimages.akamaized.net/etvbharat/prod-images/768-512-10187007-thumbnail-3x2-boat.jpg)
ଆପ୍ରୋଚ ରୋଡ ସମସ୍ୟା ଯୋଗୁଁ ଅଧାରେ ଅଟକିଛି ସଂଯୋଗର ସେତୁ
ଆପ୍ରୋଚ ରୋଡ ସମସ୍ୟା ଯୋଗୁଁ ଅଧାରେ ଅଟକିଛି ସଂଯୋଗର ସେତୁ
ସେପଟେ, ଏନେଇ କଣ୍ଟାମାଳ ଅ଼ଞ୍ଚଳରେ ବାରମ୍ବାର ଜନ ଆନ୍ଦୋଳନ ଦେଖିବାକୁ ମିଳୁଛି । ବାରମ୍ବାର ପ୍ରତିଶୃତି ମଧ୍ୟ ମିଳୁଛି । ହେଲେ କାମ ଆଗେଇ ପାରୁନାହିଁ । କଣ୍ଟାମାଳ ପଟରେ ଆହୁରି ଚାରି ଜଣ ହିତାଧିକାରୀଙ୍କ ଜମିର ଅର୍ଥ ମିଳିନଥିବାରୁ ସମସ୍ୟା ଲାଗି ରହିଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ