ଓଡିଶା

odisha

By

Published : Apr 2, 2022, 4:04 PM IST

ETV Bharat / state

ବୌଦ୍ଧର ରାଜରାସ୍ତାରେ ଅଙ୍ଗନବାଡି କର୍ମୀ: ବିଭିନ୍ନ ଦାବି ନେଇ କଲେ ବିକ୍ଷୋଭ ପ୍ରଦର୍ଶନ

ବିଭିନ୍ନ ଦାବି ନେଇ ବିଶାଳ ଶୋଭାଯାତ୍ରାରେ ବାହାରି ବିକ୍ଷୋଭ କଲେ ଅଙ୍ଗନବାଡି କର୍ମୀ । ଅଧିକ ପଢନ୍ତୁ

ବୌଦ୍ଧର ରାଜରାସ୍ତାରେ ଅଙ୍ଗନବାଡି କର୍ମୀ: ବିଭିନ୍ନ ଦାବି ନେଇ କଲେ ବିକ୍ଷୋଭ ପ୍ରଦର୍ଶନ
ବୌଦ୍ଧର ରାଜରାସ୍ତାରେ ଅଙ୍ଗନବାଡି କର୍ମୀ: ବିଭିନ୍ନ ଦାବି ନେଇ କଲେ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ :ବିଭିନ୍ନ ଦାବି ନେଇ ବିଶାଳ ଶୋଭାଯାତ୍ରାରେ ବାହାରି ବିକ୍ଷୋଭ କଲେ ଅଙ୍ଗନବାଡି କର୍ମୀ । ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକ ଅନ୍ତର୍ଗତ ସମସ୍ତ 727 ଗୋଟି ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ କରାଯାଇ କର୍ମୀ ଓ ସହାୟିକା ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ସମସ୍ୟାର ସମାଧାନ ପାଇଁ କର୍ମୀମାନେ ଜିଲ୍ଲାପାଳଙ୍କୁ ଘେରାଉ କରିବା ସହ ଏହାର ବିଚାର ପାଇଁ ଜିଲ୍ଲାପାଳଙ୍କ ପାଦ ତଳେ ପଡି କାକୁଡି ମିନତି ହୋଇଥିବା ଦେଖିବାକୁ ମିଳିଛି ।

ବୌଦ୍ଧର ରାଜରାସ୍ତାରେ ଅଙ୍ଗନବାଡି କର୍ମୀ: ବିଭିନ୍ନ ଦାବି ନେଇ କଲେ ବିକ୍ଷୋଭ ପ୍ରଦର୍ଶନ

ନୂତନ ସୋପାନ କାର୍ଯ୍ୟକ୍ରମରୁ ସେମାନଙ୍କୁ ବାଦ ଦିଆଯିବା ସହ ଅଳ୍ପ ବେତନରେ ଅଧିକ କାର୍ଯ୍ୟକୁ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ବିଶେଷ ଭାବରେ କିଛି ନିର୍ଦ୍ଦିଷ୍ଟ ପଞ୍ଚାୟତରେ ଗାଁ କଲ୍ୟାଣ ସମିତିର ଅର୍ଥକୁ ଖର୍ଚ୍ଚ ପାଇଁ ଲାଞ୍ଚ ମଗାଯାଉଥିବା ଭଳି ସାଂଘାତିକ ଅଭିଯୋଗ ମଧ୍ୟ ଅଙ୍ଗନବାଡି କର୍ମୀମାନେ ଜିଲ୍ଲାପାଳଙ୍କ ଠାରେ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details