ବୌଦ୍ଧ: ଗଛତଳେ ଚାଲିଛି ଶିଶୁଙ୍କ ଭବିଷ୍ୟତ ଗଢା । ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଗଛତଳେ ଚାଲିଛି ଶିଶୁଙ୍କ ଭବିଷ୍ୟତ ଗଢା । ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା ମୁଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗପଡା ଗ୍ରାମ ଅଙ୍ଗନବାଡି କେନ୍ଦ୍ରର ।
ଏଠାରେ ଦୀର୍ଘ ଛବିଶ ବର୍ଷ ହେଲା ଶିଶୁଙ୍କ ନିମନ୍ତେ ହୋଇଥିବା ଅଙ୍ଗନୱାଡି କେନ୍ଦ୍ରଟି କେତେବେଳେ ଗ୍ରାମର ଜଣେ ବୃଦ୍ଧାଙ୍କ ଘରେ ତ କେତେବେଳେ କୌଣସି ସ୍କୁଲ ବାରଣ୍ଡାର ଦୟାରେ ଚାଲୁଛି । କୋମଳମତି ଏହି ଶିଶୁଙ୍କ ମୁଣ୍ଡ ଉପରେ ଆଜିଯାଏଁ ଜରିପାଲ ଖଣ୍ଡେ ନଥିବାରୁ ବର୍ଷ ତମାମ ଗଛ ତଳେ ପାଲ ପକାଇ ପାଠପଢା ପଢିବାକୁ ବାଧ୍ୟ ହେଉଛନ୍ତି ଏମାନେ ।