ଓଡିଶା

odisha

ETV Bharat / state

ଅଙ୍ଗନବାଡିରେ ପାଠ ପଢାଉଛନ୍ତି ପାଚିକା - ଘୋରଡା ଗାଁ ଅଙ୍ଗନବାଡି କେନ୍ଦ୍ରରେ ରୋଷେୟା ସାଜିଛନ୍ତି ଦିଦି

ଅଙ୍ଗନବାଡି କେନ୍ଦ୍ରର କୋଠା ତିଆରି ସରିଛି । ହେଲେ ଦିଦି ନିଯୁକ୍ତି ହୋଇ ନ ଥିବାରୁ ଦୀର୍ଘ ବର୍ଷ ହେଲା ରୋଷେୟା ପିଲାଙ୍କୁ ପାଠ ପଢାଇବା ସହ ନିଜ ଘରେ ଖୋଲିଛନ୍ତି ଅଙ୍ଗନବାଡି କେନ୍ଦ୍ର ।

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

By

Published : Oct 24, 2019, 11:20 AM IST

Updated : Oct 24, 2019, 3:05 PM IST

ବୌଦ୍ଧ: ଅଙ୍ଗନବାଡି କେନ୍ଦ୍ରର କୋଠା ତିଆରି ସରିଛି । ହେଲେ ଶିକ୍ଷକ ନିଯୁକ୍ତି ହୋଇ ନ ଥିବାରୁ ଦୀର୍ଘ ବର୍ଷ ହେଲା ରୋଷେୟା ଛୁଆଙ୍କୁ ପାଠ ପଢାଇବା ସହ ନିଜ ଘରେ ଖୋଲିଛନ୍ତି ଅଙ୍ଗନବାଡି କେନ୍ଦ୍ର ।

ଏହି ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଘୋରଡା ଗାଁର । ଯେଉଁଠି ଅଙ୍ଗନବାଡି କେନ୍ଦ୍ର ଦୀର୍ଘ ବର୍ଷରୁ ନିର୍ମାଣ ହୋଇ ସାରିଥିଲେ ମଧ୍ୟ ରୋଷେୟାଙ୍କ ଘରେ ଚାଲିଛି କେନ୍ଦ୍ର ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ


ଦିଦିଙ୍କ ନିଯୁକ୍ତିକୁ ନେଇ ଏହି ଗାଁରେ ଛକାପଞ୍ଜା ଲାଗିରହିଥିବା ବେଳେ ଛୁଆଙ୍କ ଭବିଷ୍ୟତ ସହ ଖେଳାଯାଉଛି । ଏଠାରେ ଛୁଆଙ୍କ ଅଙ୍ଗନବାଡି କେନ୍ଦ୍ର ଓ ରୋଷେଇ ଉଭୟ କାର୍ଯ୍ୟ ସହ ଶିକ୍ଷାଦାନର କାର୍ଯ୍ୟ ମଧ୍ୟ କରୁଛନ୍ତି ସହାୟିକା ।

ପ୍ରାୟ ଦଶ ଜଣ ଶିଶୁଙ୍କୁ ପ୍ରତ୍ୟେକ ଦିନ ଏହିଭଳି ଭାବରେ ଏକ ଅସ୍ଥାୟୀ ନଡା ଛପର ବରଣ୍ଡାରେ ପାଠ ପଢାଯାଉଥିବାରୁ କେତେବେଳେ କୌଣସି ଅଘଟଣର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇନପାରେ ।

ତୁରନ୍ତ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏନେଇ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Last Updated : Oct 24, 2019, 3:05 PM IST

For All Latest Updates

TAGGED:

ABOUT THE AUTHOR

...view details