ବୌଦ୍ଧ: ଜିଲ୍ଲାରେ କରୋନା ମହାମାରୀ ବୃଦ୍ଧି ପାଉଥିବାବେଳେ ସମ୍ଭାବ୍ୟ ବାତ୍ୟା ଓ ବନ୍ୟାକୁ ନେଇ ପ୍ରଶାସନର ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ଜିଲ୍ଲାରେ ଆଜିଠାରୁ ଘର ଘର ବୁଲି ଆଶା ଓ ଅଙ୍ଗନବାଡି କର୍ମୀମାନେ କୋଭିଡ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛନ୍ତି ।
ବୌଦ୍ଧରେ ବାତ୍ୟା ଓ କୋଭିଡକୁ ନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ - cyclone update
ବୌଦ୍ଧରେ ବାତ୍ୟା ଓ କୋଭିଡକୁ ନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ । ଘରକୁ ଘର ବୁଲି ଆରମ୍ଭ ହେଲା ସର୍ଭେ । ଅଧିକ ପଢନ୍ତୁ...
ଜିଲ୍ଲାରେ ଦୃତ ଗତିରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରୁ ନୂତନ 261 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କେବଳ ବିଜାପଦର ଗ୍ରାମରୁ ସର୍ବାଧିକ 53 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଆଜି ବୌଦ୍ଧ ଜିଲ୍ଲାର 7 ଟି ଟୀକାଗ୍ରହଣ କେନ୍ଦ୍ରରେ 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟୀକାଦାନ କରାଯାଇଥିଲା। ସେହିପରି ଏଭଳି ମହାମାରୀ ସମୟରେ ମାଡି ଆସୁଥିବା ସମ୍ଭାବ୍ୟ ବାତ୍ୟା କୁନେଇ ଜିଲ୍ଲା ପ୍ରଶାସନ ଏକ ଜରୁରୀ ବୈଠକରେ ଏନେଇ ଆଲୋଚନା କରିଥିଲା । ସେପଟେ ଆଜି ଠାରୁ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ସିଡିପିଓଙ୍କ ତତ୍ତ୍ଵାବଧାନରେ ଆଶା ଓ ଅଙ୍ଗନବାଡି କର୍ମୀ ଘରକୁ ଘର ବୁଲି କରୋନା ସଂକ୍ରମିତ ଓ ତତସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ